ଅମାନୁଷିକଭାବେ ଯୁବ ବିଜେଡ଼ି ସାଧାରଣ ସମ୍ପାଦକଙ୍କ ହତ୍ୟାକୁ ନେଇ ଗଭୀର ଶୋକ

imagesବିଜୁ ଯୁବ ଜନତାଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଟିଟିଲାଗଡର ଲଢୁଆ ଯୁବ ନେତା ଅଭିମନ୍ୟୁ ସାହୁଙ୍କୁ କିଛି ଦୁର୍ବୁତ୍ତ ମାନେ ଅତି ନିର୍ମମଭାବେ ଗଲାକାଟି ଆଜି ହତ୍ୟା କରିଛନ୍ତି । ସକାଳ ୫.୫୦ ମିନିଟ୍ ସମୟରେ ଟିଟିଲାଗଡ ସହରରୁ ଅଳ୍ପ ଦୂରରେ ଶ୍ରୀ ସାହୁ ପ୍ରାତଃ ଭ୍ରମଣ ରେ ଯାଉଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗଣମାଧ୍ୟମରେ ଘଟଣା ପ୍ରକାଶ ପାଇବା ପରେ ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ସଞ୍ଜୟ କୁମାର ଦାସବର୍ମ ଗଭୀର ଶୋକ ପ୍ରାକାଶ କରିବା ସହ ଏଭଳି ଅମାନୁଷିକ ହତ୍ୟାର ଦୃଢ ନିନ୍ଦା କରିଛନ୍ତି । ଶ୍ରୀ ସାହୁ ଜଣେ ଦକ୍ଷ ଯୁବ ସଂଗଠକ ଓ ଟିଟିଲାଗଡ ଅଞ୍ଚଳରେ ସାଧାରଣ ଲିକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ଅହରହ ଉଦ୍ୟମ ଜାରି ରଖିଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ଟିଟିଲାଗଡ ତଥା ଓଡିଶାର ଯୁବ କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ଦାସବର୍ମା ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ଏଭଳି ଦୁଃଖଦ ଘଟଣାକୁ ସାମ୍ନା କରିବା ପାଇଁ ପରିବାରବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ଅସୀମ ଧୈର୍ଯ୍ୟ ପ୍ରଦାନ ପାଇଁ ପ୍ରାର୍ଥନା ଜଣାଇଛନ୍ତି । କେଉଁ ପରିସ୍ଥିତିରେ ଶ୍ରୀ ସାହୁଙ୍କୁ ଏଭଳି ନିର୍ମମଭାବେ ହତ୍ୟା କରାଗଲା ଏହାର ତୁରନ୍ତ ତଦନ୍ତ କରାଯାଇ ହତ୍ୟାକାରୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା ପାଇଁ ମଧ୍ୟ ସେ ଦାବି ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରସ୍ଥିତ ବିଜୁ ଜନତାଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ବିଜୁ ଯୁବ ଜନତା ଦଳର ରାଜ୍ୟ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଉପସଭାପତି ରବି ସାମଲ,ଧ୍ରୁବ ସାହୁ,ବିଜେଡ଼ି ସମ୍ବଲପୁର ଜିଲ୍ଲା ସଭାପତି ରୋହିତ ପୂଜାରୀ,ଭୁବନେଶ୍ଵର ପ୍ରାକ୍ତନ ମେୟର ଅନନ୍ତ ନାରାୟଣ ଜେନା,ଭୁବନେଶ୍ଵର ଯୁବ ସଭାପତି ବାବୁ ସିଂ,ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ବାବୁ,ପ୍ରଣବ ବଳବନ୍ତରାୟ,ସମ୍ପାଦକ ଦୂର୍ଗା ସାମନ୍ତ ରାୟ,ଅମରେଶ ଜେନା,ସୁଶାନ୍ତ ରାଉତ,କୁନ ବିହାରୀ ଦାସ,ସମୀର ପ୍ରଧାନ,ପ୍ରିୟାସିକାନ୍ତି ସାମଲ,ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଆଦ୍ୟପ୍ରାଣ ଶୁବୁଦ୍ଧି,ଭୁବନେଶ୍ଵର ଛାତ୍ର ବିଜେଡ଼ି ସଭାପତି ରଣା ପ୍ରତାପ ପାତ୍ର,ଭୁବନେଶ୍ଵର ବିଜେଡ଼ି ସଭାପତି ବାବୁଲି ମିଶ୍ର,ସାଧାରଣ ସମ୍ପାଦକ ଜିତୁ ନନ୍ଦଙ୍କ ସମେତ ଦଳୀୟ କର୍ମୀ,ଶୁଭେଚ୍ଛୁ ଉପସ୍ଥିତ ହୋଇ ଶ୍ରୀ ସାହୁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Share in top social networks!