ରାଜଧାନୀରେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିଚାଲିଛି ଏକ୍ସିସ ବ୍ୟାଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

downloadଭୁବନେଶ୍ଵରର ଟଙ୍କପାଣି ରୋଡସ୍ଥିତ ଏସ୍କିସ ବ୍ୟାଙ୍କ ବାସୁଆ ଘାଇ ଶାଖା ପକ୍ଷରୁ ବ୍ୟାଙ୍କ ପରିସର ମଧ୍ୟରେ ଏକମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭେଷଜ ବିଭାଗର ଡାକ୍ତର ଜ୍ୟୋତିରଞ୍ଜନ ବିଶୋଇ,ଶିଶୁ ବିଭାଗ ଡ଼ା ଚନ୍ଦ୍ରଶେଖର ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ପ୍ରଦାନ କରିଥିଲେ । ଉଚ୍ଚ ରକ୍ତଚାପ,ମଧୁମେହ ରୋଗୀଙ୍କ ସଂଖ୍ୟା ଉକ୍ତ ଶିବିରରେ ଅଧିକ ରହିଥିଲା ବୋଲି ଉପସ୍ଥିତ ଥିବା ଡାକ୍ତର ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶିବିରକୁ ଆନୁଷ୍ଠାନିକଭାବେ ଶାଖା ପରିଚାଳନା ଶ୍ରାବଣୀ ମିଶ୍ର ଉଦଘାଟନ କରିଥିଲେ । ଉକ୍ତ ଶିବିରକୁ ଆତ୍ମପ୍ରକାଶ ପଣ୍ଡା,ଆଦିତ୍ୟ କୁମାର ଶତପଥୀ,ସୌରଭ,ସତ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Share in top social networks!