ସାମ୍ବାଦିକଙ୍କ ସମ୍ପର୍କରେ ମନ୍ତ୍ରୀ ସୋମବାର ବିବୃତି ଦେବେ: ବାଚସ୍ପତି

କାର୍ଯ୍ୟରତ ସାମ୍ବାଦିକମାନଙ୍କର ୭ ଦଫା ଦାବି ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଆସନ୍ତା ସୋମବାର ଦିନ ବିଧାନସଭାରେ ବିବୃତ୍ତି ପ୍ରଦାନ କରିବେ ବୋଲି ବାଚସ୍ପତି ପ୍ରଦୀପ କୁମାର ଆମତ କହିଛନ୍ତି ।
ବାଚସ୍ପତି କହିଛନ୍ତି ଯେ,କାର୍ଯ୍ୟରତ ସାମ୍ବାଦିକମାନଙ୍କର ୭ ଦଫା ଦାବି ସମ୍ପର୍କରେ ବିଧାନସଭାରେ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିବା ପରେ ଚଳିତ ଅଧିବେଶନ ଶେଷ ହେବା ପୂର୍ବରୁ ବିଭାଗୀୟ ମନ୍ତ୍ରୀ ବିବୃତ୍ତି ଦେବାକୁ ରୁଲିଂ ପ୍ରଦାନ କରାଯାଇଥିଲା । ତେବେ ଆଜି ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ ଓ ମନ୍ତ୍ରୀ ଆସନ୍ତା ସୋମବାର ବିବୃତ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉଲ୍ଲେଖଥାଉକି ବୁଧବାର ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

Share in top social networks!