ବିବେକାନନ୍ଦଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜନଜାତି ସଂଗୋଷ୍ଠୀ କାର୍ଯ୍ୟକ୍ରମ ୧୫ ରେ

images (1)
ସ୍ଵାମୀ ବିବେକାନନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଆସନ୍ତା ୧୫ରେ ସାରା ବିଶ୍ଵରେ ଅନୁଷ୍ଠିତ ହେବାକୁଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଵାମୀ ବିବେକାନନ୍ଦଙ୍କ ସାର୍ଦ୍ଧଶତୀ ସମାରୋହ ସମିରି ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି ସଂଗୋଷ୍ଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି କାଉନସିଲ ହଲ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବାହ୍ନ ୯.୪୫ ମିନିଟ ଠାରୁ ଅପରାହ୍ନ ୪.୧୫ମିନିଟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବନସାମୀ ଭାଇ ଓ ଭଉଣୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦେଶପ୍ରେମୀ ଯୋଗଦେଇ ସଂଗୋଷ୍ଠୀକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରାନ୍ତ ଅସ୍ମିତା ଆୟାମ ପ୍ରମୁଖ ବିଶ୍ଵାମିତ୍ର ମହାନ୍ତ ନୁରୋଧ କରିଥିଲେ ।

Share in top social networks!