ଏ ପର୍ଯ୍ୟନ୍ତ ରାଜ୍ୟରେ ଚାଷିମାନଙ୍କୁ ୧୩୩୧୭ ଟି ମୋବାଇଲ ପ୍ରଦାନ କରାଯାଇ ସାରିଛି

images (3)ସୁବିଧାରେ ଏବଂ ଲାଭଜନକ ମୂଲ୍ୟରେ କୃଷିଜାତ ଦ୍ରବ୍ୟଗୁଡିକର ବିକ୍ରୀବଟା ଓ ଆଗାମୀ ଚାଷପାଇଁ ଉପଯୁକ୍ତ ଫସଲ ଯୋଜନା କରିବାରେ ସହାୟତା କରିବା ନିମନ୍ତେ ବଜାର ସୂଚନା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟର କୃଷକମାନଙ୍କୁ ମୋବାଇଲ ଫୋନ ଯୋଗାଇ ଦିଆଯାଇଛି । ଏ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବହୁ ଚାଷିମାନଙ୍କୁ ମୋବାଇଲ ଫୋନ ଯୋଗାଇ ଦିଆଯାଇ ସାରିଲାଣି । ଅନୁଗୁଳ ଜିଲ୍ଲାରେ ଚାଷିମାନଙ୍କୁ ୧୬୭ଟି ମୋବାଇଲ,ବାଲେଶ୍ଵର ଜିଲ୍ଲାରେ ଚାଷିମାନଙ୍କୁ ୩୦୫ଟି ମୋବାଇଲ,ବରଗଡ ଜିଲାରେ ଚାଷିମାନଙ୍କୁ ୮୫୧ଟି ମୋବାଇଲ,ଭଦ୍ରକ ଜିଲ୍ଲାରେ ଚାଷିମାନଙ୍କୁ ୨୧୦ଟି ମୋବାଇଲ,ବଲାଙ୍ଗୀର ଜିଲାରେ ଚାଷିମାନଙ୍କୁ ୬୦୧ଟି ମୋବାଇଲ ,ବୌଦ୍ଧ ଜିଲ୍ଲାରେ ଚାଷିମାନଙ୍କୁ ୧୭୫ଟି ମୋବାଇଲ ,କଟକ ଜିଲ୍ଲାରେ ଚାଷିମାନଙ୍କୁ ୩୧୦ଟି ମୋବାଇଲ ,ଢେଙ୍କାନାଳ ଜିଲ୍ଲାରେ ଚାଷିମାନଙ୍କୁ ୧୫୮ଟି ମୋବାଇଲ,ଦେଓଗଡ ଜିଲ୍ଲାରେ ଚାଷିମାନଙ୍କୁ ୧୫୨ଟି ମୋବାଇଲ ,ଗଞ୍ଜାମ ଜିଲ୍ଲାରେ ଚାଷୀମାନଙ୍କୁ ୯୬୪ଟି ମୋବାଇଲ,ଗଜପତି ଜିଲ୍ଲାରେ ଚାଷିମାନଙ୍କୁ ୧୦୦ଟି ମୋବାଇଲ,ଯାଜପୁର ଜିଲ୍ଲାରେ ଚାଷିମାନଙ୍କୁ ୯୩୫ଟି ମୋବାଇଲ,ଜଗତସିଂପୁର ଜିଲ୍ଲାରେ ଚାଷିମାନଙ୍କୁ ୭୨୨ଟି ମୋବାଇଲ,ଝାରସୁଗୁଡା ଜିଲ୍ଲାରେ ଚାଷିମାନଙ୍କୁ ୨୦୫ଟିମୋବାଇଲ, ଖୋର୍ଦ୍ଧା ଜିଲ୍ଲାରେ ଚାଷିମାନଙ୍କୁ ୧୯୧ଟି ମୋବାଇଲ, କେନ୍ଦ୍ରାପଡା ଜିଲ୍ଲାରେ ଚାଷିମାନଙ୍କୁ ୨୬୧ ଟି ମୋବାଇଲ,କେନ୍ଦୁଝର ଜିଲ୍ଲାରେ ଚାଷିମାନଙ୍କୁ ୭୪୭ଟି ମୋବାଇଲ,କନ୍ଧମାଳ ଜିଲାରେ ଚାଷିମାନଙ୍କୁ ୩୪୪ଟି ମୋବାଇଲ,କଳାହାଣ୍ଡି ଜିଲ୍ଲାରେ ଚାଷିମାନଙ୍କୁ ୬୭୩ଟି ମୋବାଇଲ,କୋରାପୁଟ ଜିଲ୍ଲାରେ ଚାଷୀମାନଙ୍କୁ ୩୮୩ଟି ମୋବାଇଲ,ମାଲକାନଗିରି ଜିଲ୍ଲାରେ ଚାଷିମାନଙ୍କୁ ୫୧ଟି ମୋବାଇଲ,ମୟୂରଭଞ୍ଜ ଜିଲ୍ଲାରେ ଚାଷିମାନଙ୍କୁ ୯୪୯ଟି ମୋବାଇଲ,ନବରଙ୍ଗପୁର ଜିଲ୍ଲାରେ ଚାଷିମାନଙ୍କୁ ୨୩୬ଟି ମୋବାଇଲ,ନୂଆପଡା ଜିଲ୍ଲାରେ ଚାଷିମାନଙ୍କୁ ୨୭୦ଟି ମୋବାଇଲ,ନୟାଗଡ ଜିଲ୍ଲାରେ ଚାଷିମାନଙ୍କୁ ୫୬୦ଟି ମୋବାଇଲ,ପୁରୀ ଜିଲ୍ଲାରେ ଚାଷିମାନଙ୍କୁ ୬୯୨ଟି ମୋବାଇଲ ,ରାୟଗଡା ଜିଲ୍ଲାରେ ଚାଷିମନାଙ୍କୁ ୨୩୪ଟି ମୋବାଇଲ,ସୁନ୍ଦରଗଡ ଜିଲ୍ଲାରେ ଚାଷିମାନଙ୍କୁ ୧୩୬୪ଟି ମୋବାଇଲ,ସମ୍ବଲପୁର ଜିଲ୍ଲାରେ ଚାଷିମାନଙ୍କୁ ୨୦୯ଟି ମୋବାଇଲ,ଓ ସୋନପୁର ଜିଲ୍ଲାରେ ଚାଷିମାନଙ୍କୁ ୨୯୮ଟି ମୋବାଇଲ ଯୋଗାଇ ଦିଆସାରିଲାଣି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୩,୩୧୭ଟି ମୋବାଇଲ ଚାଷିମାନଙ୍କୁ ପ୍ରଦାନ କରାଯାଇ ସାରିଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!