ଆମ୍ ଆଦମୀ ପାର୍ଟି ଆଗାମୀ ଏକ ମାସରେ ଏକ ଲକ୍ଷ ସଭ୍ୟ ଯୋଡିବ

46376ରାଜନୀତିରେ ଅର୍ଥବଳ,ବାହୁବଳ ଦ୍ଵାରା ପ୍ରଭାବିତ ନ ହୋଇ ରାଜନୀତିକୁ ସ୍ଵଚ୍ଛ କରିବା ପାଇଁ ସାଧାରଣ ଜନତା ବ୍ୟବସ୍ଥା ପରିବର୍ତ୍ତନର ରାଜନୀତିରେ ଆଗେଇ ଆସନ୍ତୁ ବୋଲି ଆମ୍ ଆଦାମୀ ପାର୍ଟି ଓଡିଶା ନିବେଦନ କରିଛନ୍ତି । ପାର୍ଟି ପକ୍ଷରୁ ଯୁବକ,ଛାତ୍ର,ମହିଳା ବୁଦ୍ଧିଜୀବୀ,ସରକାରୀ କର୍ମଚାରୀ,ଯୁବବର୍ଗ ,ସାମାଜିକ କର୍ମୀ ବିପୁଳ ସଂଖ୍ୟାରେ ଆମ୍ ଆଦମି ପାର୍ଟିରେ ଯୋଗ ଦେବା ପାଇଁ ଆହ୍ଵାନ କରାଯାଇଛି । ପାର୍ଟି ପକ୍ଷରୁ ଜନସାଧାରଣଙ୍କୁ ଆର୍ଥିକ ସହାୟତା ,ସମୟ ଦାନ ସହ ସକ୍ରିୟ ଭାବେ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଆଗ୍ରହ କରାଯାଇଛି । ଏହା ସହ ଓଡିଶାର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା,ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ସୁବିଧାବାଦୀ ରାଜନେତାଙ୍କ କବଳରୁ ରାଜନୀତିକୁ ମୁକ୍ତ କରିବାକୁ ଆହ୍ଵାନ ଦିଆଯାଇଛି । ଆମ୍ ଆଦମି ପାର୍ଟି ଓଡିଶା ଆଗାମୀ ଏକ ମାସ ମଧ୍ୟରେ ଏକ ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି । ଏଥିରେ ସାମିଲ ହେବା ସହ ପ୍ରତ୍ୟେକ ନିଜ ଅଞ୍ଚଳରେ ସଭ୍ୟ ସଂଗ୍ରହରେ ଆଗେଇ ଆସିବା ପାଇଁ ଆମ୍ ଆଦାମୀ ପାର୍ଟି କାର୍ଯ୍ୟକାରିଣୀ ପକ୍ଷରୁ ନିବେଦନ କରାଯାଇଅଛି ।

Share in top social networks!