ଲିଖିତ ପ୍ରତିଶ୍ରୁତି ପାଇ ଆନ୍ନାଜୀ ଅନଶନ ଭଙ୍ଗ କରିବା ଉଚିତ – ଶ୍ରୀଶ୍ରୀ

images (6)ସମାଜସେବୀ ଆନ୍ନା ହଜାରେ ଙ୍କ ଅନଶନ ଓ ଲୋକପାଳ ବିଲ୍ ପାରିତ ନିମନ୍ତେ ପ୍ରୟାସ ନେଇ ଦେଶରେ ହୋଇଥିବା ବାତାବରଣ ପ୍ରତି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବୀଶଙ୍କର ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ ଏହା ସ୍ଵାଗତଯୋଗ୍ୟ ଯେ ସରକାର ଓ ବିପକ୍ଷ ଦଳ ଉଭୟ ୧୬ ଡିସେମ୍ବର ୨୦୧୩ ରେ ଲୋକପାଳ ବିଧେୟକ ଲୋକସଭା ଓ ରାଜ୍ୟସଭାରେ ପାରିତ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଆନ୍ନା ହଜାରେ ଙ୍କ କ୍ଷୀଣ ସ୍ଵାସ୍ଥ୍ୟାବସ୍ଥା ଦେଖି ସରକାର ଓ ବିପକ୍ଷ ଦଳ ତାଙ୍କୁ ଅଣସଣା ବହଙ୍ଗିବା ପାଇଁ ଅନୁରୋଧ କରିବା ଉଚିତ ଏବଂ ତାଙ୍କୁ ପ୍ରତିଶ୍ରୁତି ଦେବା ଉଚିତ ଯେ ୧୬ ଡିସେମ୍ବରରେ ଲୋକପାଳ ବିଧେୟକ ସଂସଦରେ ପାରିତ ହେବ ଏବଂ ଉଭୟେ ଏଥି ନିମନ୍ତେ ନିଜନିଜର ପୂର୍ଣ୍ଣ ସମର୍ଥନ ଜଣାଇ ସେ ଦିଗରେ ଚେଷ୍ଟିତ ରହିବେ । ଲିଖିତ ଆଶ୍ଵାସନା ମିଳିଲାପରେ ଆନ୍ନା ହଜାରେଙ୍କୁ ଅନଶନ ଭଙ୍ଗ କରିବା ଉଚିତ । ସେ ଯଦି ଚାହିଁବେ ,ତେବେ ସୋମବାର ପର୍ଯ୍ୟନ୍ତ ମଧ୍ୟ ଅନଶନରେ ବସିପାରିବେ । ସରକାର ୧୬ ଡିସେମ୍ବରରେ ବିଲ୍ ଗୃହାରେ ପକେଇବା ଉଚିତ୍ । ତତ ପଶ୍ଚାତ ବିଲ୍ ର ଆବଶ୍ୟକ ସଂଶୋଧନ ନିମନ୍ତେ ବିଚାର ବିମର୍ଶ କରାଯାଇପାରିବ । ସମସ୍ତେ ଏହି ଶୁଭ କାର୍ଯ୍ୟରେ ସହଯୋଗ କରିବା ଉଚିତ । ଆର୍ଟ ଅଫ୍ ଲିଭିଂ ଓଡିଶା ଶାଖା ପକ୍ଷରୁ ଖୁଶିର ପରିବେଶ ସୃଷ୍ଟି ହୋଇଛି ଏବଂ ଏକ ଦୁର୍ନୀତି ମୁକ୍ତ ସମାଜର ପ୍ରତିଷ୍ଠା ନିମନ୍ତେ ସମସ୍ତେ ସଂକଳ୍ପ ବଦ୍ଧ ହୋଇଛନ୍ତି ।

Share in top social networks!