ଫାଇଲିନ କ୍ଷତିଗ୍ରସ୍ତ ଆଖୁଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପ୍ୟାକେଜ ମଞ୍ଜୁର

images (5)ଫାଇଲିନ୍ କ୍ଷତିଗ୍ରସ୍ତ ଆଖୁଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ୪ କୋଟି ୪୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ୟାକେଜ ମଞ୍ଜୁର କରିଛନ୍ତି । ଉନ୍ନତ ପ୍ରଣାଳୀକୁ ପ୍ରୋତ୍ସାହନ ଅଧୀନରେ ଏହି ସହାୟତା ଆଖୁଚାଷୀମାନଙ୍କୁ ଯୋଗାଇ ଦିଆଯିବ । କ୍ଷତିଗ୍ରସ ଚାଷିମାନଙ୍କୁ ମୂଳି ଆଖୁଚାଷ ନିମନ୍ତେ ୧୩,୭୫୦ଟଙ୍କା ସହାୟତା ଦିଆଯିବ । ପ୍ରତ୍ୟେକ ଚାଷୀକୁ ଦୁଇ ହେକ୍ଟର ପର୍ଯ୍ୟନ୍ତ ମୂଳି ଆଖୁଚାଷ ପାଇଁ ସହାୟତା ଦିଆଯିବ । ସାରା ରାଜ୍ୟରେ ୭୦୦୦ହେକ୍ଟର ଜମିରେ ମୂଳି ଆଖୁଚାଷ ଚଳିତ ବର୍ଷ କରିବା ପାଇଁ ସାହାଯ୍ୟ ଦିଆଯିବ । ସେହିପରି ସର୍ବାଧିକ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଆଖୁଫସଲ ନଷ୍ଟ ହୋଇଥିବାରୁ ନୂଆ ଚାଷ ଆରମ୍ଭ କରିବା ପାଇଁ ଆଖୁଚାଷୀମାନଙ୍କୁ ୧୮,୭୫୦ ଟଙ୍କା ସହାୟତା ଦିଆଯିବ । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୧୦୦୦ହେକ୍ଟର ଜମିରେ ନୂଆ ଆଖୁଚାଷ ପାଇଁ ଲକ୍ଷ୍ୟ ରହିଛି । ଏ କ୍ଷେତ୍ରରେ ଚାଷିମାନଙ୍କୁ ଏକ ହେକ୍ଟର ଜମିରେ ଚାଷ କରିବା ପାଇଁ ସହାୟତା ଯୋଗାଇ ଦିଆଯିବ । ଚାଷୀମାନେ ଚାହିଁଲେ ଆଉ ଏକ ହେକ୍ଟର ଜମିରେ ମୂଳି ଆଖୁଚାଷ ପାଇଁ ଉଦ୍ଦିଷ୍ଟ ସହାୟତା ପାଇପାରିବେ । ଜଣେ ଚାଷୀ ସର୍ବାଧିକ ୨ ହେକ୍ଟର ଜମି ପାଇଁ ସହାୟତା ନେଇପାରିବେ । ସୂଚନାଯୋଗ୍ୟ ଯେ ଫସଲ ଅମଳପରେ ମୂଳି ଆଖୁକୁ ୨ ବର୍ଷ ପର୍ଯ୍ୟନ୍ତ ବିହନ ଭାବରେ ବ୍ୟବହାର କରାଯାଇଥାଏ ।

Share in top social networks!