ନବରଙ୍ଗପୁର ଜିଲ୍ଲାର ୭ଟି ବ୍ଲକରେ ୭ଟି ମକାମଣ୍ଡି ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି

images (3)ନବରଙ୍ଗପୁର ଜିଲ୍ଲାରେ ମକାର ସୁବିକ୍ରିବଟା ତଥା ମକା ଚାଷୀମାନଙ୍କର ସୁବିଧା ପାଇଁ ରାଇଘର ଓ ଉମରକୋଟରେ ଦୁଇଟି ଉନ୍ନତ ମାନର ମକାମଣ୍ଡି ସ୍ଥାପନ କରାଯାଇଛି । ରାଇଘର ମକାମଣ୍ଡି ପାଇଁ ୬୮ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଉମରକୋଟ ମକାମଣ୍ଡି ପାଇଁ ୮୮ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ନବରଂଗପୁର ମୁଖ୍ୟ ବଜାର ପ୍ରାଙ୍ଗଣରେ ମଧ୍ୟ ମକା ମଣ୍ଡିର ବ୍ୟବସ୍ଥା ହୋଇଛି । ମକାମଣ୍ଡିରରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ଯାଥା-ଗୋଦାମ ଗୃହ,ଖୋଲା ପିଣ୍ଡି ,ଆବଦ୍ଧ ପିଣ୍ଡି,କୃଷକ ସୂଚନା କେନ୍ଦ୍ର,ବିଶ୍ରାମାଗୃହ,ଧର୍ମକଣ୍ଟା,ବୃହତ ଧାନ ସଫେଇ ଜନ୍ତ୍ର,ପିଇବା ପଣି, ଓ ଆଲୋକର ଇତ୍ୟାଦି ର ବ୍ୟବସ୍ଥା ରହିଛି । ତତ ସଙ୍ଗେସଙ୍ଗେ ଚାଷୀ ସଚେତନତା ସମାବେଶ ମଧ୍ୟ ଆୟୋଜନ କରାଯାଉଛି । ବର୍ତ୍ତମାନ ସ୍ଥାନୀୟ ବ୍ୟବସାୟୀଙ୍କ ମାଧ୍ୟମରେ ଚାଷୀମାନେ ତାଙ୍କର ମକା ବିକ୍ରୟ କରୁଛନ୍ତି । କୌଣସି ସଂସ୍ଥା ଚାଷୀମାନଙ୍କ ଠାରୁ ମକା କିଣୁ ନାହାନ୍ତି । ନବରଙ୍ଗପୁର ଜିଲ୍ଲାରେ ମକଚାଷର ସୁବିକ୍ରିବଟା ପାଇଁ ଆହୁରି ୭ଗୋଟି ମନ୍ଦିର ଆବଶ୍ୟକାତା ରହିଛି । କୋଷାଗୁମୁଡା,ନନ୍ଦାହାଣ୍ଡି,ତେନ୍ତୁଲି ହାଣ୍ଡି,ପାପଡାହାଣ୍ଡି,ଡାବୁଗାଁ,ଝରିଗାଁ,ଛନ୍ଦାହାଣ୍ଡି ବ୍ଲକରେ ଗୋଟିଏ ଗୋଟିଏ ଲେଖାଏଁ ମକାମଣ୍ଡି ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ତନ୍ମଧ୍ୟରୁ ଡାବୁଗାଁ ଓ ଝରିଗାଁ ରେ ନିର୍ମିତ ହେବାକୁ ଥିବା ମାଣ୍ଡି ପାଇଁ ତ୍ରୟୋଦଶ ଅର୍ଥକମିଶନଙ୍କ ୪୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ବ୍ୟବସ୍ଥା ହୋଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମକେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!