ଚଳିତ ରବିଋତୁରେ ୧,୧୨,୨୮୭ ଜଣ ଚାଷୀଙ୍କୁ ୨୯୧ କୋଟି ୭୦ ଟଙ୍କାର ରବି ଫସଲ ଋଣ ପ୍ରଦାନ କରାଯାଇଛି ।

images (3)
୨୦୧୩-୧୪ ଖରିଫ ଋତୁରେ କେନ୍ଦ୍ର ସମବାୟ ବ୍ୟାଙ୍କମାନଙ୍କ ଜରିଆରେ ୧୫ଲକ୍ଷ ୨୫ହଜାର ୬୮୧ ଜଣ ଚାଷୀଙ୍କୁ ୩୬୨୪ କୋଟି ୨୯ଲକ୍ଷ ଟଙ୍କାର ଖରିଫ ଫସଲ ଋଣ ପ୍ରଦାନ କରାଯାଇଛି । ଏବଂ ଚଳିତ ରବିଋତୁରେ ନଭେମ୍ବର ୨୯ସୁଦ୍ଧା ୧ଲକ୍ଷ ୧୨ହଜାର ୨୮୭ ଜଣ ଚାଷୀଙ୍କୁ ୨୯୧ କୋଟି ୭୦ ଲକ୍ଷ ଟଙ୍କାର ରବି ଫସଲ ଋଣ ପ୍ରଦାନ କରାଯାଇଛି । ଚାଷୀମାନେ ଖରିଫ ଋତୁରେ ଧାନ ଚାଷ,ଆଖୁ,ତୈଳବୀଜ,ଗହମ,ପନିପରିବା ଆଦି ଫସବଳ ପାଇଁ ଋଣ ଗ୍ରହଣ କରିଥିବା ବେଳେ ରବି ଋତୁରେ ଧାନ,ଗହମ,ତୈଳବୀଜ,ଆଳୁ ଆଦି ଫସଲ ପାଇଁ ମଧ୍ୟ ଋଣ ଗ୍ରହଣ କରିଛନ୍ତି । ଋଣ ଦେୟର ଶତକଡା ୩୭ ଭାଗ,୨୮୪୧କୋଟି ୮୬ଲକ୍ଷ ଟଙ୍କା ଆଦାଯ ହୋଇପଡ଼ିଛି । ଏଆଜ୍ୟ ସରକାର ଚାଷରୁଣ ପାଇଁ ରିହାତି ପ୍ରଦାନ କରି ଚାଷୀମାନଙ୍କୁ ଶତକଡା ୫ହାର ସୁଧାରେ ଚାଷଋଣ ଯୋଗାଇ ଦେଇଥାନ୍ତି । ସେହିପରି ଯେଉଁଚାଷୀମାନେ ନିୟମିତ ଦେୟ ପରିଶୋଧ କରିଥାନ୍ତି ସେମାନେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ଶତକଡା ୩ଭାଗ ରିହାତି ପାଇ ୨ଶତକଡା ହାରରେ ଋଣ ପରିଶୋଧ କରିଥାନ୍ତି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!