ବେକାର ଯୁବକ ଓ ଯୁବତୀ ମାନଙ୍କ ଆତ୍ମ ନିଯୁକ୍ତି ପାଇଁ ୪୪୦ ଜଣ ହିତାଧିକାରୀଙ୍କୁ ବୃତ୍ତିଗତ ତାଲିମ ଦିଆଯାଉଛି

images (2)
ରାଜ୍ୟରେ ବାସକରୁଥିବା ବାଛୁଆବର୍ଗଙ୍କୁ ସେମାନଙ୍କ କୌଳିକ ବୃତ୍ତି ମାଧ୍ୟମରେ ଆତ୍ମନିଯୁକ୍ତିର ସୁଯୋଗଦେବାକୁ ସରକାର ୨୮୭୭ ଜଣ ହିତାଧିକାରୀଙ୍କୁ ମୋଟ ୧୨୬୭.୪୪ ଲକ୍ଷ ଟଙ୍କା ମିଆଦି ଋଣ,ନୂଆ ସ୍ଵର୍ଣ୍ଣିମା ଋଣ ଓ ମାଇକ୍ରୋଫାଇନାନ୍ସ ଆକାରରେ ଯୋଗାଇଦେଉଛନ୍ତି ବୋଲି ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଲାଲ ବିହାରୀ ହିମିରିକା ପ୍ରକାଶ କରିଛନ୍ତି । ସଭ୍ୟ ଅଲେଖ କୁମାର ଜେନାଙ୍କ କୌଳିକ ବୃତ୍ତିଗତ ବିକାଶ ନିମନ୍ତେ ଆତ୍ମନିଯୁକ୍ତି ଋଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ହିମିରିକା କହିଲେ ଯେ,ଚଳିତ ୨୦୧୨-୧୪ ବର୍ଷ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ୬୫୦ ଜଣ ପଛୁଆବର୍ଗ ହିତାଧିକାରୀଙ୍କୁ ଆତ୍ମନିଯୁକ୍ତି ଋଣପ୍ରଦାନ ନିମନ୍ତେ ୬୬୨.୫୦ ଲକ୍ଷ ଟଙ୍କାର ପ୍ରସ୍ତାବ ଜାତୀୟ ପଛୁଆବର୍ଗ ଅର୍ଥ ନିଗମଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି । ସେହିପରି ଚଳିତ ବର୍ଷ ବିଭିନ୍ନ ଆତ୍ମନିଯୁକ୍ତି ଋଣ ପ୍ରଦାନ ନିମିତ୍ତ ରାଜ୍ୟ ରାଜକୋଷରୁ ୨୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି ବେକାର ଯୁବକ ଯୁବତିମାନଙ୍କ ଆତ୍ମନିଯୁକ୍ତି ପାଇଁ ୪୪୦ ଜଣ ହିତାଧିକାରୀଙ୍କୁ ପଛୁଆବର୍ଗ ଅର୍ଥ ସମବାୟ ନିଗମ ତରଫରୁ ବିଭିନ୍ନ ବୃତ୍ତିଗତ ତାଲିମ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ହିମିରିକା ପ୍ରକାଶ କରିଛନ୍ତି ।

Share in top social networks!