୭ ଟି ରାଜ୍ୟ ସରକାର ସାମ୍ବାଦିକଙ୍କୁ ପେନସନ ଓ ସ୍ୱାସ୍ଥ୍ୟ ବୀମା ଦେଉଛନ୍ତି: ଲୋକସମ୍ପର୍କ ମନ୍ତ୍ରୀ

download (5)
କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ୭ଟି ରାଜ୍ୟର ସରକାର ପେନସନ ସୁବିଧା,ସ୍ବାସ୍ଥ୍ୟବିମା ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା ଆଦି ପ୍ରଦାନ କରୁଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ସରକାର କାର୍ଯ୍ୟରତ ସାମ୍ବାଦିକ ଲାଗି ୧ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ବା ମେଡିକ୍ଲେମ ଯୋଜନା କରିଛନ୍ତି । ପରିବାରର ୪ଜଣ ସଦସ୍ୟଙ୍କୁ ଏଥବରରେ ଅନ୍ତର୍ଭୁକ୍ତ କରାଯାଇଛି । ଦିଲ୍ଲୀ ସରକାର ଅଧିସ୍ଵୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଜଣେ ପ୍ରଥମ ଶ୍ରେଣୀ ଗେଜେଟେଡ ଅଫିସର ପାଉଥିବା ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଦାନ କରୁଛନ୍ତି । ଏହାଛଡା ସାମ୍ବାଦିକଙ୍କୁ ସରକାରୀ ହସପିଟାଲରେ ମାଗଣା ପରୀକ୍ଷା ସହ ମାଗଣା ଔଷଧ ଦେଉଛନ୍ତି । ହସପିଟାଲରେ ପ୍ରଥମଶ୍ରେଣୀ ଗେଜେଟେଡ ଅଫିସର ପାଉଥିବା ରହିବା ସୁବିଧା ମଧ୍ୟ ଦେଉଛନ୍ତି । ସେହିପରି ରାଜସ୍ଥାନ ସରକାର ୧ଲକ୍ଷ ଟଙ୍କାର ଚିକିତ୍ସା ବୀମା ଯୋଜନା ଲାଗୁ କରିଥିବାବେଳେ ମଧ୍ୟପ୍ରଦେଶ ସରକାର ଦୁର୍ଘଟଣା ବିମାକରାଯାଇଛି । ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨ଲକ୍ଷ ୩୩ହଜାର ଟଙ୍କା ପ୍ରଦାନ କରାଯାଉଛି । ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ,କେରଳ,ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସରକାର ସାମ୍ବାଦିକଙ୍କ ଲାଗି ପେନସନ ଯୋଜନା କରିଛନ୍ତି । କେରଳ ସରକାରଙ୍କ ଯୋଜନାନୁସାରେ ଜଣେସାମ୍ବାଦିକ ଏହି ଯୋଜନା ଭୁକ୍ତ ହୋଇ ୧୦ ବର୍ଷ କାର୍ଯ୍ୟ କରିଥିଲେ ମାସିକ ୧୦୦୦ହଜାର ଟଙ୍କା ଲେଖାଏଁ ପେନସନ ମିଳିବ । ଯଦି ୫ବର୍ଷ କାମ କରିଥିବେ ଓ ଚାକିରି ସମୟ ନିୟମିତ ନଥିବ ତେବେ ମାସିକ ୫୦୦ ଟଙ୍କା ପେନସନ ମିଳିବ । ଏପରିକି ସାମ୍ବାଦିକଙ୍କର ଦେହାନ୍ତ ପରେ ତାଙ୍କ ପରିବାର ୫୦ ପ୍ରତିଶତ ପେନସନ ପାଇବେ ।

Share in top social networks!