ନାଲକୋ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

images
ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ରବିବାର ଦିନ ଖୋର୍ଦ୍ଧା ଜିଲ୍ଲାର କୁଆପଡା ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରଟି କୁଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପରିଚାଳିତ ହୋଇଥିଲା । ନିକଟବର୍ତ୍ତୀ ଗ୍ରାମରୁ ୪୭୮ ଜଣ ରୋଗୀ ଏହିଶିବିର ଦ୍ଵାରା ଲାଭାନ୍ଵିତ ହୋଇଥିଲେ । ନାଲକୋର ମେଡିକାଲ ଓ ପାରା-ମେଡିକାଲ ବିଭାଗର ସଦସ୍ୟମାନେ ଡକ୍ଟର ଏଲ୍.ଶତପଥୀ,ଡକ୍ଟର ଜେ.ପଣ୍ଡା ଏବଂ ଶ୍ରୀ ଏ.କେ ଛୋଟରାୟଙ୍କ ନେତୃତ୍ଵରେ ଶିବିରର ପରିଚାଳନା କରିଥିଲେ ।

Share in top social networks!