କେଉଁଝର ଠାରେ ପନିପରିବା ସଂରକ୍ଷଣ ପାଇଁ ୫୦୦୦ ମେଟ୍ରିକ୍ ଟନ୍ ର ଶୀତଳ ଭଣ୍ଡାର ପ୍ରତିଷ୍ଠା ସକ୍ରିୟ ବିଚାରାଧୀନ ; ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

downloadକେଉଁଝର ଜିଲ୍ଲାରେ ସ୍ଥାନୀୟ ଚାହିଦା ଠାରୁ ଅଧିକ ପନିପରିବା ଅମଳ ହେଉଥିବାରୁ ଏହାର ଉପଯୁକ୍ତ ସଂରକ୍ଷଣ ପାଇଁ ଜିଲ୍ଲା ସଦର ମହକୁମା ରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ବିଷୟ ସରକାରଙ୍କର ସକ୍ରିୟ ବିଚାରାଧୀନ ଅଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନ ସଭାରେ ପ୍ରକାଶ କରିଛନ୍ତି । କେଉଝର ଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ୧୧୦୯ ଜଣ ସଭ୍ୟ ବିଶିଷ୍ଟ କେଉଁଝର ସମବାୟ ଶୀତଳ ଭଣ୍ଡାର(ରେଜିଷ୍ଟ୍ରେସନ ନଂ 27KR-୨୦/୦୭/୧୯୮୦) ନାମରେ ଏକ ସମିତି ଗଠନ କରାଯାଇଛି । ଏହି ଶୀତଳ ଭଣ୍ଡାର ଟି ପ୍ରତିଷ୍ଠା ନିମନ୍ତେ ୨୧୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ୧.୫ଏକର ପରିମିତ ସରକାରୀ ଜାଗାକୁ ଲିଜ୍ ସୂତ୍ରରେ ନିଆଯାଇଛି । କେଉଁଝର ଜିଲ୍ଲାର ୧୩ଟି ବ୍ଲକ ଆନନ୍ଦପୁର ,ଘଷିପୁରା ,ହାଟଡିହ,ଘଟଗାଁ,ହରିଚନ୍ଦନପୁର,ପାଟନା,ସାହାରପଡା,କେଉଁଝର, ବାନ୍ସଂପାଳ ,ତେଲକୋଇ,ଚମ୍ପୁଆ,ଝୁମ୍ପୁରା ଓ ଯୋଡା ଏହି ଶୀତଳ ଭଣ୍ଡାରର କାର୍ଯ୍ୟକାରୀ କ୍ଷେତ୍ର । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହାୟତାରେ ୫୦୦୦ ମେଟ୍ରିକ ଟନ୍ ର ଏହି ବହୁମୂଖୀ ସମବାୟ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ କେଉଁଝର ସମବାୟ ଶୀତଳ ଭଣ୍ଡାର ପ୍ରସ୍ତାବ ଦେଇଛି । ଆବଶ୍ୟକ ବୈଷୟିକ ପରାମର୍ଶ ଓ ଅନୁଦାନ ସହାୟତା ନିମନ୍ତେ ନିର୍ଦ୍ଦେଶକ ଉଦ୍ୟାନ ବିଭାଗକୁ ପ୍ରସ୍ତାବ ପଠାଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ।

Share in top social networks!