ଜାନୁୟାରୀ ପହିଲାରୁ ୭ ଦିନିଆ ଏମ୍.ଏସ୍.ଏମ୍.ଇ ଆନ୍ତର୍ଜାତିକ ବାଣିଜ୍ୟମେଳା ଆତ୍ମନିଯୁକ୍ତି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ

46283ଆସନ୍ତା ଜାନୁୟାରୀ ପହିଲାରୁ ରାଜ୍ୟ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଏକ ୭ଦିନିଆ ଆନ୍ତର୍ଜାତିକ ବାଣିଜ୍ୟମେଳା ଅନୁଷ୍ଠିତ ହେବ । ବେକାରଯୁବକ ଓ ଯୁବତୀମାନଙ୍କ ଆତ୍ମନିଯୁକ୍ତି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ବିଷୟବସ୍ତୁ ଉପରେ ଆଧାରିତ ଏହି ମେଳା ଭୁବନେଶ୍ଵର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ବାଣିଜ୍ୟମେଳା,ସେମିନାର,ବ୍ୟବସାୟିକସମାବେଶ ଓ ପୁଞ୍ଜିନିବେଶ ସଙ୍କ୍ରାନ୍ତୀୟ ଆଲୋଚନା ଆଦି ସାଧାରଣ ଭାବେ ଶିଳ୍ପ ପ୍ରତିଷ୍ଠା ଏବଂ ବ୍ୟବସାୟୀକ ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିରୁ ରାଜ୍ୟସରକାର ନୂତନଭାବେ ସୃଷ୍ଟି କରିଥିବା ଏମ୍.ଏସ୍.ଏମ୍. ଇ ବିଭାଗ ତରଫରୁ ରାଜ୍ୟର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଅଣୁ,କ୍ଷୁଦ୍ର ଭୋ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ବିପୁଳ ଆତ୍ମ ନିଯୁକ୍ତିର ସୁଯୋଗସୃଷ୍ଟି କରାଇବା ସହିତ ସେମାନଙ୍କୁ ଆକ୍ରୁଷ୍ଟ ତଥା ପ୍ରୋତ୍ସାହନ କରିବା ନିମନ୍ତେ ଗ୍ରହଣ ଅକରିଥିବା କାର୍ଯ୍ୟ କ୍ରମର ଅଂଶବିଶେଷ ଏହି ପ୍ରକାର ଏକ ଆନ୍ତର୍ଜାତିକ ମେଳାର ଆୟୋଜନ କରାଯାଇଛି । ଏମ୍.ଏସ୍.ଏମ୍.ଇ ଶିଳ୍ପ ସଂସ୍ଥା ଗୁଡିକ ଆର୍ଥିକ କାରଣରୁ ସେମାନଙ୍କର ସଂସ୍ଥା ଏବଂ ପ୍ରସ୍ତୁତି ସାମଗ୍ରୀଗୁଡିକ ପାଇଁ ଯଥେଷ୍ଟ ପ୍ରଚାର ପ୍ରସାର କରାଇ ପାରୁ ନଥିବାରୁ ଏହି ପ୍ରକାର ବାଣିଜ୍ୟ ମେଳା ବ୍ୟାପକ ପ୍ରଚାର ଓ ପ୍ରସାର ଏବଂ ବ୍ୟବସାୟିକ ସୁଯୋଗ ଆଣି ଦେଇ ଥାଏ । ଏହି ମେଳା ଆୟୋଜନ ନେଇ ଗତ ମଙ୍ଗଳ ବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକ ବିକାଶ,ବେକାର ଯୁବକଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି ସୁଯୋଗ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ପାଇଁ ପର୍ଯ୍ୟାପ୍ତ ସୁଯୋଗ ହାସଲ କରାଯାଇପାରିବା କାରଣରୁ ଏହି ମେଳା ସମ୍ପର୍କରେ ବ୍ୟାପକ ପ୍ରଚାର କରାଯିବା ଉପରେ ବୈଠକରେ ଗୁଡ଼ିତ୍ଵାରୋପ କରାଯାଇଥିଲା । ଦେଶ ଓ ଦେଶ ବାହାରୁ ବିଭିନ୍ନ ସଂସ୍ଥାମାନେ ଯୋଗଦାନ ଏହି ମେଳାକୁ ସଫଳ କରାଇ ପାରିବ । ସ୍ୱଳ୍ପମୂଲ୍ୟ ବୈଷୟିକ ଜ୍ଞାନ କୌଶଳ ପ୍ରଦର୍ଶନୀ ଉପରେ ବିଶେଷ ଗୁରୁତ୍ଵ ଆରୋପ କରିବାକୁ ମନ୍ତ୍ରୀ ଡାଃ ରାଉତ ପରାମର୍ଶ ଦେଇଥିଲେ । ଗୁଜୁରାଟ ସମେତ ଦେଶର ବିଭିନ୍ନ ରାଜ୍ୟର ଶିଳ୍ପ ସଂସ୍ଥା ଓ ଶିଳ୍ପଦ୍ୟୋଗୀ ଏବଂ ଭୁଟାନ,ଦକ୍ଷିଣ ଆଫ୍ରିକା,ହଙ୍ଗେରୀ, ଇୟୁ ଓ କ୍ରେଜ୍ ରିପବ୍ଲିକ୍ ପ୍ରଭୃତି ଦେଶମାନେ ଏହି ମେଲାରେ ଯୋଗ ଦେଉଥିବା ଆଶା କରାଯାଉଛି । ଏହି ପରିପ୍ରେକ୍ଷୀ ରେ ମେଳାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ସଫଳତାର ସହ ଆୟୋଜନ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଡାଃ ରାଉତ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍.ଏସ୍.ଏମ୍.ଇ ବିଭାଗ ସଚିବ ପଂଚାନନ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ ।

Share in top social networks!