ରାଜ୍ୟକୁ ବର୍ଷରେ ଆବଶ୍ୟକ ୩,୭୪,୨୦୧ ମେଟ୍ରିକ ଟନ ମାଛ ଏବଂ ୩୭,୭୫୨ ଲକ୍ଷ ଗୋଟି ଅଣ୍ଡା

imagesଆମ ରାଜ୍ୟ ଚାହିଦା ପୂରଣ ପାଇଁ ବାର୍ଷିକ ହାରାହାରି ୩,୭୪,୨୦୧ ମେଟ୍ରିକ ଟନ ମାଛ ଆବଶ୍ୟକତା ପଡିଥାଏ । ରାଜ୍ୟର ବାର୍ଷିକ ହାରାହାରି ୩,୯୨,୭୧୯ମେଟ୍ରିକ ଟନ ମାଛ ଉତ୍ପାଦନ କରାଯାଏ । ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ବାର୍ଷିକ ୪୧,୨୯୯ମେଟ୍ରିକ ଟନ ମାଛ ଆମଦାନୀ କରାଯାଏ ଏବଂ ଆମରାଜ୍ୟରୁ ବାହାର ରାଜ୍ୟ ମାନଙ୍କୁହାରାହାରି ୭୫,୩୭୬ ମେଟ୍ରିକ ଟନ ମାଛ ରପ୍ତାନି କରାଯାଇଥାଏ ବୋଲି ମତ୍ସ୍ୟ,ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ସଭ୍ୟ ସଂଜୀବ କୁମାର ପ୍ରଧାନ ଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ,ମାଛ ଉତ୍ପାଦନରେ ରାଜ୍ୟ କୁ ସ୍ୱାବଲମ୍ବୀ କରିବା ପାଇଁ ମାଛ ଚାଷ ନିମନ୍ତେ ମାଛଚାଷୀମାନଙ୍କୁ ନୂତନ ପୋଖରୀ ଖନନ,ପୁରାତନ ପୋଖରୀର ପଙ୍କ ଉଦ୍ଧାର,ଜାଆଁଳ ଉତ୍ପାଦନ ଓ ପାଳନ କେନ୍ଦ୍ର ପ୍ରତିଷ୍ଠା,ଜଳମଗ୍ନ ଅଞ୍ଚଳର ଉନ୍ନତିକରଣ, ମାଛ, ଚିଙ୍ଗୁଡି ଓ ଅନ୍ୟାନ୍ୟ ପ୍ରଜାତିର ମାଛ ଚାଷ ପାଇଁ ଋଣ ସବ୍ ସିଡି ପ୍ରଦାନ କରିବା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ସେହିଭଳି ରାଜ୍ୟର ଚାହିଦା ପୂରଣ ପାଇଁ ବାର୍ଷିକ ୩୭,୭୫୨ ଲକ୍ଷ ଅଣ୍ଡାର ଆବଶ୍ୟକତା ଥିବାବେଳେ ଆମ ରାଜ୍ୟରେ ବାର୍ଷିକ ୨୩,୨୨୯ଲକ୍ଷ ଟଙ୍କା ଅଣ୍ଡା ଉତ୍ପାଦନ କରାଯାଏ । ଆମ ରାଜ୍ୟର ଚାହିଦା ପୂରଣ କରିବା ପାଇଁ ଦୈନିକ ପ୍ରାୟ ୪୦ ଲକ୍ଷ ଅଣ୍ଡା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହୋଇଥାଏ ।

Share in top social networks!