୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ଓପିଜିସିର ଚୁଡାନ୍ତ ଲାଭାଂଶ ଘୋଷଣା

download (5)ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ(OPGC) ଡିସେମ୍ବର ୧୧ ତାରିଖ ଦିନ ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଚୁଡାନ୍ତ ଲାଭାଂଶ ବାବଦରେ ୨୧.୨୫ କୋଟି ଟଙ୍କାର ଏକ ଚେକ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛି । ଓପିଜିସିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ ଜେନା, ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ କେ ମୁରଲୀ ଏବଂ ନିର୍ଦ୍ଦେଶକ (
ଅର୍ଥ)ଶ୍ରୀଯୁକ୍ତ ଏଚ୍ ପି ନାୟକ ପ୍ରମୁଖ ଏହି ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ପ୍ରଦାନ କରିଥିଲେ । ଏହି ଅବସରରେ ଶକ୍ତିମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ । ଉପରୋକ୍ତ ଲାଭାଂଶ ସହ ରାଜ୍ୟ ଓପିଜିସିଠାରୁ ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ସମୁଦାୟ ୬୩.୭୫ କୋଟି ଟଙ୍କାର ଲାଭାଂଶ ହାସଲ କରିଛି । ଏଠାରେ ଉଲ୍ଲେଖଯୋଗ୍ୟଯେ,ଓପିଜିସି ନିକଟରେ ସମାପିତ ହୋଇଥିବା ଏହାର ଜେନେରାଲ ବଡି ବଡି ମିଟିଂ ରେ ଏହାର ପେଡ୍-ଅପ୍ କ୍ୟାପିଟାଲ ଉପରେ ୨୫.୫ ପ୍ରତିଶତ ଚୁଡାନ୍ତ ଲାଭାଂଶ ଦେବା ପାଇଁ ଘୋଷଣା କରିଥିଲା । ଗତ ଡିସେମ୍ବର ୨୦୧୨ ରେ ଘୋଷିତ ୧୭ ପ୍ରତିଶତ (୮୩.୩୩ କୋଟି ଟଙ୍କା) ଅନ୍ତରୀଣ ଲାଭାଂଶ କୁ ବାଦ୍ ଦେଇ,ଓପିଜିସି ଏଆହାର ବଳକା ଲାଭାଂଶ ଓଡିଶା ସରକାର ଓ ଏଇଏସ୍ ମଧ୍ୟରେ ୫୧.୪୯ଅନୁପାତରେ ପ୍ରଦାନ କରିଛି ।

Share in top social networks!