ଟାଟା ଷ୍ଟିଲ୍ ପକ୍ଷରୁ ଔଦ୍ୟୋଗିକ ସଚେତନତା କାର୍ଯ୍ୟକ୍ରମ

download (6)ଗ୍ରାମାଞ୍ଚଳରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବୈଷୟିକ,ପ୍ରଯୁକ୍ତିଗତ ତଥା ପରିଚାଳନା ସମ୍ପର୍କୀୟ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ବୃହତ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପ ଓ ଖଦୀ ତଥା ଗ୍ରାମଦ୍ୟୋଗ ଆୟୋଗ ଅନ୍ତଃ ବିଭାଗୀୟ ପ୍ରଶିକ୍ଷଣ କେନ୍ଦ୍ର ଆନୁକୁଲ୍ୟରେ ଏକଔଦ୍ୟୋଗିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିୟୋଜନ,ବ୍ୟଙ୍କ୍ ସଂଯୋଗୀକରଣ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯେପରି ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ପାଖରେ ସୁଲଭରେ ଉପଲବ୍ଧ ହେବ ସେ ସମ୍ପର୍କିତ ବିଭିନ୍ନ ବୈଷୟିକ ଅଧିବେଶନରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ଵ ମହିଳା ଗୋଷ୍ଠୀ ସଦସ୍ୟମାନେ ଟାଟା ଷ୍ଟିଲ ପ୍ରାୟୋଜିତ ‘ସମର୍ଥ’ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଆୟୋଜିତ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ଖଦୀ ଓ ଗ୍ରାମଦ୍ୟୋଗ ଆୟୋଗ ତରଫରୁ ବୈଷୟିକ ପ୍ରଶିକ୍ଷକ ଶ୍ରୀ କେକେ ଦାସ ଯୋଗ ଦେଇ ବିଭିନ୍ନ ସରକାରୀ ପ୍ରୋତ୍ସାହନ ମୂଳକ କାର୍ଯ୍ୟକ୍ରମ ତଥା ବ୍ୟାଙ୍କ ଓ ବଜାର ସହ ସମ୍ପର୍କ ସୂତ୍ର ସ୍ଥାପନ ,ଋଣ ଓ ଦେୟ ତଥା ଉତ୍ପାଦନ ଏବଂ ଉପାର୍ଜନକ୍ଷମ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଭାବେ ବୁଝାଇଥିଲେ । ସ୍ଵଙ୍ଗ ସହାୟକ ଗୋଷ୍ଠୀ ଙ୍କର ଆର୍ଥିକ ଅଗ୍ରଗତି ଅଭିପ୍ରାୟ ନେଇ ଆୟୋଜିତ ଏହି ଉଦ୍ୟୋଗ ବିକାଶ ସଚେତନତା ଅଭିଯାନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ପ୍ରଶିକ୍ଷକ ଶ୍ରୀ ସୁକାନ୍ତ ପଣ୍ଡା,ଜାମସେଦପୁରସ୍ଥିତ ଟାଟା ଷ୍ଟିଲ ପରିବାର ଓ ସ୍ୱାସ୍ଥ୍ୟ ଅଭିଯାନ ପ୍ରମୁଖ ନିର୍ବାହୀ ଡଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଟାଟାଷ୍ଟିଲ ସାମାଜିକ ଦାୟିତ୍ଵବୋଧ ପ୍ରବନ୍ଧକ ଶ୍ରୀ ସତ୍ୟ ନାରାୟଣ ନନ୍ଦ,ଗ୍ରାମୀଣ ବିକାଶ ସଂସ୍ଥା ଗୋପାଳପୁର ଶାଖା ପ୍ରଭାରି ଶ୍ରୀ ତନ୍ମୟ କର, କାର୍ଯ୍ୟନିର୍ବାହୀ ଶ୍ରୀ ଇଶ୍ଵର ପରିଡା,ଓ ଗୋପାଳପୁର ପ୍ରକଳ୍ପର କର୍ପୋରେଟ ଯୋଗାଯୋଗ ବିଭାଗର ସହକାରୀ ପ୍ରବନ୍ଧକ ଶ୍ରୀ ଆଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!