ମୁଖ୍ୟମନ୍ତ୍ରୀଙ୍କ ସହିତ ସଂଖ୍ୟା ଲଘୁ କମିଶନ ଅଧ୍ୟକ୍ଷଙ୍କ ଆଲୋଚନା

tn_12-12-2013=1ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ୱାଜହାତ୍ ହବିବୁଲ୍ଲା ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହି ବୈଠକ ରେ ସଂଖ୍ୟାଲଘୁ ମାନଙ୍କ ସମସ୍ୟା ସମ୍ପର୍କରେ ଉଭୟମଧ୍ୟରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା । ସଂଖ୍ୟାଲଘୁ ମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ,କମିଶନ ଓ ସଦସ୍ୟମାନଙ୍କୁ ଅବଗତ କରିଥିଲେ । ଏହି ଆଲୋଚନା ସମୟରେ କମିଶନର ସଦସ୍ୟଗଣ ,ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ,ସ୍ଵରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!