ବିଗତ ୩ ବର୍ଷରେ ୯୪୩ଗୋଟି କେନ୍ଦୁପତ୍ର ଫଡିଘର ନଷ୍ଟ ହୋଇଛି

download (4)ରାଜ୍ୟରେ ବିଗତ ୩ବର୍ଷ ମଧ୍ୟରେ କେନ୍ଦୁପତ୍ର ବିଭାଗ ଅଧିନରେ ଥିବା ୧୯ଗୋଟି କେନ୍ଦୁପତ୍ର ବନଖଣ୍ଡରେ ଅଗ୍ନିକାଣ୍ଡରେ ୬୩ ଟି ଓ ବର୍ଷାରେ ୭୦୩ଟି ଏବଂ ବନ୍ୟାରେ ୧୭୭ ଟି ଏହି ପାରି ସମୁଦାୟ ୯୪୩ଟି କେନ୍ଦୁପତ୍ର ଫଡିଘର ନଷ୍ଟ ହେବାରୁ ୩୦୭.୮୭ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ନଷ୍ଟ ହୋଇଅଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ସଭ୍ୟ ସାଧୁ ନେପକଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରାଉତ ରାୟ କହିଲେ ଯେ ,ଉତ୍ପାଦିତ କେନ୍ଦୁପତ୍ରକୁ ପଦକ୍ଷେପ ନିଆଯାଉଛି । ଯଥା ଫଡି କମିଟି ଗଠନ ଓ ପରିଚାଳନା,ନୂତନ ସ୍ଥାୟୀ ଫଡି ଘରର ନିର୍ମାଣ,କେନ୍ଦୁପତ୍ରର ଫଡିଘର ନିର୍ମାଣ ,ଗୋଦାମର ନିୟମିତ ମରାମତି ,ଆବଶ୍ୟକୀୟ ସ୍ଥଳେ ଅଗ୍ନି ନିର୍ବାପକ ଜନ୍ତ୍ର ସ୍ଥାପନ ଓ ସୁରକ୍ଷା ନିମନ୍ତେ ଜଗାରଖା ଆଦି କାର୍ଯ୍ୟ କରାଯାଉଚଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ

Share in top social networks!