ମାଟ୍ରିକ ସଂସ୍କାର : ପରୀକ୍ଷା କେନ୍ଦ୍ର କେଉଁଠି ହେବ ନିଷ୍ପତ୍ତି ନେବ ଜିଲ୍ଲା ପ୍ରଶାସନ

download (3)ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଯେପରି ସୁରଖୁର ସହକାରେ ଶେଷ ହେବ ସେଥିପାଇଁ ସମସ୍ତ ପକ୍ଷରୁ ପ୍ରସ୍ତୁତି ହୋଇଛି । ଅପ୍ରେଲ ମାସରେ ସାଧାରଣ ନିର୍ବାଚନ ହେବାର ରହିଥିବାବେଳେ ତାହାପୂର୍ବରୁ ଯେପରି ପରୀକ୍ଷା କାର୍ଯ୍ୟ ଶେଷ ହୁଏ ସେଥିପାଇଁ ବିଭାଗ ପକ୍ଷରୁ ତତ୍ପର ପ୍ରକାଶ ପାଇଥିବା ବେଳେ ବୋର୍ଡ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବ୍ୟାପକଭାବେ ସଂସ୍କାର ଅଣାଯାଇଥିବା ବେଳେ ଏବେ ପରୀକ୍ଷାକେନ୍ଦ୍ର ଓ ନୋଡାଲ ସେଣ୍ଟର ଚୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତେବେ ଏ ସବୁର ଦାୟିତ୍ଵ ଜିଲ୍ଲାପ୍ରଶାସନ ହାତରେ ହିଆଯାଇଥିବା କଥା ବୋର୍ଡର ସଭାପତି ଦକ୍ଷ ପ୍ରସାଦ ନନ୍ଦ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏଥିପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳ,ଏସପି ଓ ଶିକ୍ଷା ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଅଛି । ଏହି କମିଟି ଯେଉଁଠାରେ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର କରାଯିବା ନେଇ ସୂଚନା ପ୍ରଦାନ କରିବେ ସେହିଠାରେ ଏହି କେନ୍ଦ୍ର କରାଯିବ । ସେହିପରି ଯେଉଁ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନଥିବ ସେହି ବିଦ୍ୟାଳୟ ଗୁଡିକ ପାଖରେ ଥିବା ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଇପାରିବେ । ଏଥିପାଇଁ ୩୦୬ ଟି ନୋଡାଲ ସେଣ୍ଟର ଓ ୨୫୦୦ଟି ପରୀକ୍ଷାକେନ୍ଦ୍ର କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ସାରା ରାଜ୍ୟରେ ପାଖାପାଖି ସାଢେ ୫ ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Share in top social networks!