ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

download
ମୁଖ୍ୟମନ୍ତ୍ରୀ ଶ୍ରୀନବିନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବାରିପଦାଠାରେ ପାରିପଦା ସହର ପାଇଁ ୫୩.୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୀବାକୁ ଥିବା ଜଳଯୋଗାଣପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ସହିତ ଛଉପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଶ୍ରମ ଓ ଅବସାଦ ଲାଘବ ନିମନ୍ତେ ବିଭିନ୍ନ ଉପକରଣ ପାଇଁ ସହାୟତା ପ୍ରଦାନ କରିଥିଲେ । ଏହି ସହାୟତା ଦ୍ଵାରା ମହିଳାମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ବିଭିନ୍ନ ଉପଯୋଗୀ ଉପକରଣ ଯଥା ଧାନତଳିରୁଆ ଯନ୍ତ୍ର,ଘାସବଛା ଜନ୍ତ୍ର,ଧୂମହୀନ ଚୂଲା,ଚିନାବାଦାମ ଚୋପା ଛଡା ଯନ୍ତ୍ର,ନଡିଆଗଛ ଚଢା ଯନ୍ତ୍ର ଆଦି କ୍ରୟକରି ବ୍ୟବହାର କରିପାରିବେ । ଏଥିପାଇଁ ଏକଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀକୁ ୧୦ହଜାର ଟଙ୍କାଲେଖାଏଁ ସହାୟତା ଯୋଗାଇଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ୧୦ହଜାର ସ୍ଵୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ । ଏହି ଯୋଜନା ହିତାଧିକାରୀଙ୍କୁ ସହାୟତା ସହିତ ଯୁକ୍ତଦୁଇର ମେଧାବୀ କାତ୍ରଛାତ୍ରୀ ମାନଙ୍କୁ ଲାପଟପ ବଣ୍ଟନ କରିଥିଲେ । ଏହିଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପରିବର୍ତ୍ତନ ଓ ବିକାଶର ସାରଥି ସାଜିଥିବା ମହିଳାମାନେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଆଣିଥିବା ନୀରବ ବିପ୍ଳବକୁ ଆଗେଇନେବା ପାଇଁ ସରକାର ସବୁପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଥିଲେ । ବାରିପଦାସହରର ନୂତନ ପାନୀୟଜଳ ଯୋଗାଣ ପ୍ରକଳ୍ପ ଦ୍ଵାରା ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ସହରର ପାନୀୟଜଳ ଚାହିଦା ମେଣ୍ଟାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏତଦବ୍ୟତୀତ ବାରିପଦାରେ ଆୟୁର୍ବେଦ ଓ ହୋମିଓପାଥି କଲେଜ ଏବଂ urban croperative bank ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପୂର୍ବରୁ ଶାମାଖୁଣ୍ଟା ବ୍ଲକରେ ଟିକରପଡାଠାରେ ମୁଖ୍ୟମନ୍ତ୍ରୀ ୨୪୦ସ୍ଥାନବିଶିଷ୍ଟ ସରକାରୀ ପଲିଟେକନିକର ମଧ୍ୟ ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ,ଉପବାଚସ୍ପତି ଶ୍ରୀ ସାନନ୍ଦ ମାରାଣ୍ଡି,ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ,ମୟୂରଭଞ୍ଜ ସାଂସଦ ଓ ବିଧାୟକ ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Share in top social networks!