ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ପକ୍ଷରୁ ଦାନ

images (1)
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ ଦାନ ଦିଆଯାଇଛି । ନାଲକୋ ପକ୍ଷରୁ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ରିଲିଫ ପାଣ୍ଠିକୁ ୮ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସେହିପରି ବାଲେଶ୍ଵର ଜିଲ୍ଲାପରିଷଦର ସଦସ୍ୟମାନେ ଅଧ୍ୟକ୍ଷା ଊର୍ମିଲତା ଦାସଙ୍କ ସହିତ ଆଜି ମୁଖ୍ୟମନ୍ତ୍ରୀ ଏକ କୋଟିଟଙ୍କାର ଚେକ ପ୍ରଦାନ କରିଛନ୍ତି । ଓଡିଶା ଜଳବିଦ୍ୟୁତ ନିଗମର କ୍ର୍ମଚାରୀମାନେ ସେମାନଙ୍କର ଦିନକର ଦରମା ବାବଦରେ ୬,୫୯,୭୮୨ ଟଙ୍କା ପ୍ରଦାନ କରିଛନ୍ତି । ବୁର୍ଲ୍ଲା ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ‘ଇଣ୍ଡିଆନ ଆସୋସିଏସନ ଅଫ ଗ୍ରେଟର ତୁଲାସା’ ପକ୍ଷରୁ ଶ୍ରୀ ଶାନ୍ତନୁ ଦାସ ଓ ଦୀନବନ୍ଧୁ କର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫ ହଜାର ଡଲାର ପରିମାଣ ଚେକ ରିଲିଫ ପାଣ୍ଠି ପାଇଁ ପ୍ରଦାନ କରିଛନ୍ତି ।

Share in top social networks!