OHPC ଓ OPGC ପକ୍ଷରୁ ସରକାରଙ୍କୁ ଲାଭାଂଶ ପ୍ରଦାନ

46257
ଓଡିଶା ଜଳ ବିଦ୍ୟୁତ ନିଗମ ଓ ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ ପକ୍ଷରୁ ଆଜି ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ଓ କମିଶନର ସଚିବ ଶ୍ରୀ ପ୍ରଦୀପ୍ତ କୁମାର ଜେନା ଓଡିଶା ଜଳ ବିଦ୍ୟୁତ ନିଗମ ତରଫରୁ ୨୦୧୨-୧୩ ର ସରକାରଙ୍କ ଅଂଶଧନ ବାବଦ ଲାଭାଂଶ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୧୪,୧୪,୦୨,୦୮୭ ଟଙ୍କା ଓ ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ (OPGC) ର ଅଂଶଧନ ବାବଦ ଲାଭାଂଶ ୨୧,୨୫,୦୯,୨୬୫ଟଙ୍କାର ଚେକ ପ୍ରଦାନ କରିଥିଲେ । ଉଭୟ ନିଗମର ବରିଷ୍ଠ ପଦାଧିକାରୀମାନେ ଏହି ସମୟରେ ଉପସ୍ଥିତ ଥିଲେ ।

Share in top social networks!