ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାମ୍ମୁକାଶ୍ମୀରର ଛାତ୍ରଦଳ

46283
ଓଡ଼ିଶାକୁ ସଦଭାବନା ଯାତ୍ରାରେ ଆସିଥିବା ଜାମ୍ମୁକାଶ୍ମୀରର ଏକ ଛାତ୍ରଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଭାରତୀୟ ଆର୍ମି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ଛାତ୍ରଦଳ ବର୍ତ୍ତମାନ ଓଡିଶା ଭ୍ରମଣରେ ଆସିଛନ୍ତି । ଏହି ଦଳର ନେତୃତ୍ଵ ନେଇଥିବା କ୍ୟାପଟେନ ସୁମିତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ଅନ୍ୟରାଜ୍ୟରେ ଥିବା ସାଂପ୍ରଦାୟିକ ସଦଭାବନା ଓ ପ୍ରଗତି ସଂପର୍କରେ ଜାମ୍ମୁ କାଶ୍ମୀରର ଛାତ୍ରମାନଙ୍କୁ ଅବଗତ କରିବା ଏହ ଟୁରର ଉଦ୍ଦେଶ୍ୟ । ଜାତୀୟ ସଂହତି ଓ ଶିକ୍ଷା ହେଉଛି ଏହି ଭ୍ରମଣର ମୁଖ୍ୟ ଲକ୍ଷ୍ୟ । ସେମାନେ ନନ୍ଦନକାନନ,ଖଣ୍ଡଗିରି,ଉଦୟଗିରୀ,କୋଣାର୍କ ମନ୍ଦିର ଓ ଚିଲିକା ହ୍ରଦ ଆଦି ଦର୍ଶନୀୟ ସ୍ଥାନ ବୁଲି ଦେଖୁଛନ୍ତି । କ୍ୟାପଟେନ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପ୍ରଦାନ କରିଥିଲେ । ଛାତ୍ରମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ନିଜର ପରିଚୟ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ଵାଗତ କରି ଏହି ଯାତ୍ରା ଛାତ୍ରମାନଙ୍କର ଜ୍ଞାନ ଓ ଅଭିଜ୍ଞାତା କୁ ବ୍ୟାପକ କରିବ ବୋଲି କହିଥିଲେ । ଆର୍ମି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମର ୨୮ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ।

Share in top social networks!