ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ

download (1)ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ଠାରେ ସ୍ଵାସ୍ଥ୍ୟମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ଦ୍ଵାରା ନବନିର୍ମିତ ରାହାମା ଆରଏମସି ର ନୂତନ କାର୍ଯ୍ୟାଳୟ ରବିବାର ଉଦାଘଟନ ହୋଇଛି । ଏହି ଉଦଘାଟନ ଉପଲକ୍ଷେ ଆୟୋଜିତ ସଭାରେ ମନ୍ତ୍ରୀ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ପାରାଦ୍ଵୀପର ଅତିରିକ୍ତ ଜିଲ୍ଲାପାଳ ଡା.ରାମକୃଷ୍ଣ ସାହୁ,ଉପାଧ୍ୟକ୍ଷ ଇଂ ସୁଧାକର ମନ୍ତ୍ରୀ,ସମ୍ପାଦକ ବିଜୟ କୁମାର ସାମଲ,କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ମୋନାଲିସା ପରିଡା,ବିଜେଡି ସଭାପତି ଚିତରଞ୍ଜନ ମିଶ୍ର,ସାଇଲୋ ସରପଞ୍ଚ ଶିଶିର କୁମାର ଦାସ,ବିଜେଡି ଜିଲ୍ଲା ଉପସଭାପତି ଅଜୟ କୁମାର ସାହୁ ପ୍ରମୁଖ ଏହି ସଭାରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ମନ୍ତ୍ରୀ କଟକ,ପାରାଦ୍ଵୀପ ରାସ୍ତାରେ ହୁକୁମଗୁଡା ଠାରୁ ବାଲିସାହି ଲେବୁଲକ୍ରସିଂ ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ କରିଥିଲେ । ଏହାପରେ ସାଇଲୋ ମାର୍କେଟ କମ୍ପ୍ଲେକ୍ସ ଶିଳାନ୍ୟାସ କରିଥିଲେ। ଏଥିସହ ନବନିର୍ମିତ ନିଶ୍ଚିନ୍ତ କୋଇଲି ବେହେରଡା ଏବଂ ତୋଟା ସାହି ଅଙ୍ଗନୱାଡି କେନ୍ଦ୍ର ଗୃହକୁ ଉଦଘାଟନ କରିଥିଲେ ।

Share in top social networks!