ହିନ୍ଦୁସ୍ଥାନ କୋକାକୋଲା ବିଭରେଜ ସମ୍ମାନିତ

46216ଖାଦ୍ୟ ସୁରକ୍ଷା ଉତ୍କୃଷ୍ଟତାରେ ନିୟମାନୁଗତ ଶିଷ୍ଟାଚାର ହେତୁ,ହିନ୍ଦୁସ୍ଥାନ କୋକାକୋଲା ବିଭରେଜ ଲିମିଟେଡ ର ତିନୋଟି ପ୍ଲାନକୁ ୮ ମ ସି.ଆଇ.ଆଇ.ନ୍ୟାସନାଲ ଆୱାର୍ଡ ଫର ଫୁଡ ସେଫଟି ୨୦୧୩ ର ମାନ୍ୟତା ଦିଆଯାଇଛି । ନୂଆଦିଲ୍ଲୀଠାରେ ଫୁଡ ସେଫଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ ଏସ୍ଏଆଇ)ର ଚେୟାରମ୍ୟାନ ଶ୍ରୀ କେ ଚନ୍ଦ୍ରମଉଳି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରିଥିଲେ । ହିନ୍ଦୁସ୍ଥାନ କୋକାକୋଲା ବିଭରେଜ ପ୍ରା.ଲିଃ ଚିତୋର ବଟଲିଂ ପ୍ଳାନ ବୃହତ ଖାଦ୍ୟ ବ୍ୟବସାୟ ଶ୍ରେଣୀରେ ଅତ୍ୟନ୍ତ ଉତ୍ତମ କାର୍ଯ୍ୟ ସମ୍ପାଦାନ ପାଇଁ ଏହି ସମମ୍ନା ପାଇଛି । ଏଚସିସିବି ଖୋର୍ଦ୍ଧା ବଟଲିଂ ପ୍ଳାନ ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ଅର୍ଥବୋଧକ ପ୍ରମାଣପତ୍ର ପାଇଛି । ଅହମ୍ମଦାବାଦ ପ୍ଲାନକୁ ଖାଦ୍ୟ ସୁରକ୍ଷାରେ ଏହାର ପ୍ରବଳ ପ୍ରତିଶ୍ରୁତି ସମ୍ପନ୍ନ ପାଇ ଅର୍ଥବୋଧକ ପ୍ରମାଣପତ୍ର ମିଳିଛି । ଶ୍ରୀପେଟ୍ରିକ ଜି.ୟଦଉଗା,ନିର୍ବାହୀ ଅଧିକାରୀ,ହିନ୍ଦୁସ୍ଥାନ କୋକାକୋଲା ବିଭରେଜ କହନ୍ତି,ଏହାଆମ ପାଇଁ ଗୋଟିଏ ବହୁତ ବଡ ଗୌରବ । ଏହି ପୁରସ୍କାର ଆମର ଉଦପାଦର ଉଚ୍ଚ ଗୁଣାବତ ତଥା ସୁରକ୍ଷାକୁ ଆପଣାଇବାର ଫଳ । ଆମେ ଏଚବିସିବିରେ ଆମର ପିଇବା ପଦାର୍ଥର ଗୁଣବତା ତଥା ସୁରକ୍ଷା ଗୁଣ,ବାତାବରଣ ,ସ୍ୱାସ୍ଥ୍ୟ ଏବଂ ସୁରକ୍ଷାର ବ୍ୟବସ୍ଥା କରି ଏକ ଏକତ୍ରିକରଣ ହେବାରେ ଆଶ୍ଵସ୍ତି ଲାଭ କରୁଛୁ । ଆମେ ଆମର ପ୍ରଣାଳୀ ଓ ପ୍ରକ୍ରିୟାକୁ ବାରମ୍ବାର ତର୍ଜମାକରି,ଖାଦ୍ୟସୁରକ୍ଷାଗୁଣବତାଯୁକ୍ତ ନିୟମଗତ ବିଦ୍ଧି,ଉଦ୍ୟୋଗର ମୁଖ୍ୟ ପଦ୍ଧତି ଏବଂ ବଜାର ଅବସ୍ଥାକୁ ବିଶ୍ୱସ୍ତରରେ ପହଞ୍ଚିପାରିବୁ । ସେ ପୁଣି କହିଲେ ଏହି ସମ୍ମାନ ଆମକୁ ଆହୁରି ଅଧିକରୁ ଅଧିକ ଉତ୍ତମ ଗୁଣବତା ପ୍ରଦାନ କରିବା କ୍ଷେତ୍ରରେ ପ୍ରୋତ୍ସାହନ କରିବ ।

Share in top social networks!