ମୁଖ୍ୟମନ୍ତ୍ରୀଙ୍କ ସୂଚନା କେନାଲଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକ୍ରମ ପାଣି ପଞ୍ଚାୟତ ମାଧ୍ୟମରେ କରାଯାଉଅଛି ।

images (1)କୃଷି ଓ କୃଷିଜାତ ଦ୍ରବ୍ୟ ଗୁଡିକର ଉତ୍ପାଦନ କିପରି ବୃଦ୍ଧିପାଇବ ଓ ଚାଷୀମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ନିମନ୍ତେ ପାଣି ପଞ୍ଚାୟତ ର ସୁଦୃଢୀକରଣ କରିବା ପାଇଁ ଉପଶାଖା କେନାଲସ୍ତରର କେନାଲଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକ୍ରମ ପାଣି ପଞ୍ଚାୟତ ମାଧ୍ୟମରେ କରାଯାଉ ଅଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସଭ୍ୟ ନନ୍ଦ କିଶୋର ଦାସଙ୍କ ଜଳସେଚିତ କୃଷି ପାଇଁ ଅର୍ଥ ବ୍ୟୟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ,ରାଜ୍ୟ ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ସମନ୍ଵିତ,ଜଳସେଚିତ କୃଷି ଓ ଜଳ ପରିଚାଳନା,ପୁଞ୍ଜିକରଣ କାର୍ଯ୍ୟକ୍ରମ ନିର୍ଦ୍ଧାରତଯୋଜନା ଅନୁଯାୟୀ ସେ ଅଞ୍ଚଳର ଅବକ୍ଷୟିତ କେନାଲଗୁଡ଼ିକର ପୁର୍ନରୁଦ୍ଧାର କାର୍ଯ୍ୟକ୍ରମ କରିବା ପାଇଁ ଚର୍ତୁସ୍ତରୀୟ ଭାଗ କରାଯାଇ ପ୍ରଥମ ସ୍ତରରେ ୨୦୦୯ ମସିହାରୀ ୨୦୧୩ ବର୍ଷ ମଧ୍ୟରେ ଧାର୍ଯ୍ୟ ମୁତାବକ ବୃହତ ଓ ମଧ୍ୟ ସେଚାପ୍ରକଳ୍ପର ୫୫୦୮୦ହେକ୍ଟର ଜମିକୁ ଜଳସେଚନ ସୁଚାରୁରୂପେ ଯୋଗାଇଦେବା ପାଇଁ କାର୍ଯ୍ୟକ୍ରମ ଚାଲୁରହିଛି । ପ୍ରଥମ ସ୍ତରର ଅବଧି ୨୦୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଏଆହ ପରିବର୍ଦ୍ଧିତ ହେବା ପାଇଁ ମାର୍ଚ୍ଚ ୨୦୧୫ ପର୍ଯ୍ୟନ୍ତ ପୁନଃଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ,ପ୍ରଥମ ସ୍ତରରେ ଗୋଟିଏ ବୃହତ୍ତ ଜଳସେଚନ ପ୍ରକଳ୍ପ ଯଥା ତାଳଦଣ୍ଡା କେନାଲ ଓ ୩ଟି ମାଧ୍ୟମ ଜଳସେଚନ ପ୍ରକଳ୍ପ ଯଥା ଗୋହିରା,ରେମାଣ ଓ ସୁନେଇ ର ଅବକ୍ଷୟିତ କେନାଲଗୁଡ଼ିକର ପୁନଃଉଦ୍ଧାର କାର୍ଯ୍ୟ ଚାଲୁ ରହିଅଛି । ପ୍ରଥମ ସ୍ତରରେ ୬୫୦ଟି ଉଠା ଜଳସେଚନ ପଏଣ୍ଟ ୪୦୧ଟି ଉଠା ଜଳସେଚନ ପଏଣ୍ଟର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶାଖା କେନାଲଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକ୍ରମ ୨୨ଗୋଟି ନିର୍ମାଣ କାର୍ଯ୍ୟଖଣ୍ଡ ହାତକୁ ନିଆଯାଇ ଶତକଡା ୭୨ ପ୍ରତିଶତ କାର୍ଯ୍ୟ ସରି ଅଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ,ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକର ୧୨୧ଟି ପାଣିପଞ୍ଚାୟତ ମଧ୍ୟରୁ ୧୦୨ଗୋଟି ପାଣି ପଞ୍ଚାୟତର ଅଣୁଯୋଜନା ଖସଡା ସମାପ୍ତ ହୋଇଛି । କେନାଲଗୁଡ଼ିକର ପୁରରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହେଲେ ତଳମୁଣ୍ଡାରେ ଥିବା ସେବାଞ୍ଚଳ ସୁବିଧାରେ ଜଳ ପାଇବେ । କୃଷିର ଉନ୍ନତି ନିମନ୍ତେ ଚାଷିମାନଙ୍କୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ସଂସ୍ଥା ମାନଙ୍କୁ ପଠାଯାଇ ତାଲିମ ପ୍ରଦାନ କରାଯାଇଅଛି । ଏହି ସମୟ ମଧ୍ୟରେ ୫୧୩ଜଣ ଚାଷୀଙ୍କୁ ରାଜ୍ୟ ଭିତରେ ୩୯ ଚାଷୀଙ୍କୁ ରାଜ୍ୟ ବାହାରେ ତାଲିମ ଦିଆଯାଇଛି । ସେଚାଞ୍ଚଳ ଭିତରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଶ୍ରୀପଦ୍ଧତି ମାଧ୍ୟମରେ ଧାନଚାଷ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

Share in top social networks!