ନାଲକୋ ପକ୍ଷରୁ ଗବେଷଣା ଓ ବିକାଶ ପ୍ରକ୍ରିୟାର ବ୍ୟବସାୟୀକରଣ

unnamed
ଗବେଷଣା ଓ ବିକାଶ କ୍ଷେତ୍ରରେ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ଭାବେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ନବରତ୍ନ ସରକାରୀ ଉଦ୍ୟୋଗ,ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ସ୍ଵବିକଶିତ ‘ଡେଭେଲପମେଣ୍ଟ ଅଫ୍ ହିଟ ଟ୍ରିଟମେଣ୍ଟ ପ୍ରସେସ ଫର ଡେଷ୍ଟ୍ରକସନ ଅଫ୍ ଟକ୍ସିନ ସ୍ୟାନାଇଡ ଆଣ୍ଡ ରିକଭରୀ ଅଫ୍ ଭ୍ୟାଲୁଏବଲ୍ସ ଫ୍ରମ ସ୍ପେଣ୍ଟ ପଟ ଲାଇନିଂ ମ୍ୟାଟେରିଆଲ (ଏସପିଏଲ)ନାମକ ଗବେଷଣା ଓ ବିକାଶ ପ୍ରକ୍ରିୟାର ବ୍ୟବସାୟୀକରଣ ନିମନ୍ତେ ଓଡିଶାର ମେସର୍ସ ଗ୍ରୀନ ଏନର୍ଜୀ ରିସୋର୍ସେସ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛି । ଆଜି ଭୁବନେଶ୍ଵର ଠାରେ କମ୍ପାନୀ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍.କେ.ଦାଶ ଏବଂ ମେସର୍ସ ଗ୍ରୀନ ଏନର୍ଜୀ ରିସୋର୍ସେସ ପାର୍ଟନର ଶ୍ରୀ ଏନ.କେ.ଅଗ୍ରୱାଲ ମଧ୍ୟରେ ଏହି ବୁଝାମଣା ସ୍ଵାକ୍ଷରିତ ହୋଇଥିଲା । ଏହ ଅବସରରେ,ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଅଂଶୁମାନ ଦାସ,ନିର୍ଦେଶକ (ପି ଆଣ୍ଡ ଟି) ଶ୍ରୀ ଏନ୍.ଆର.ମହାନ୍ତି,ମହାପ୍ରବନ୍ଧକ ଶ୍ରୀ ବି.କେ.ଶତପଥୀ ଏବଂ ମେସର୍ସ ଗ୍ରୀନ ଏନର୍ଜୀ ରିସୋର୍ସେସର ପାର୍ଟନର ଶ୍ରୀ ପି.କେ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ । ନାଲକୋ ଏବଂ ଜୱାହରଲାଲ ନେହେରୁ ଆଲୁମିନିୟମ ରିସର୍ଚ୍ଚ ଡେଭେଲପମେଣ୍ଟ ଆଣ୍ଡ ଡିଜାଇନ ସେଣ୍ଟର,ନାଗପୁର ଦ୍ଵାରା ମିଳିତ ଭାବରେ ଏହି ପ୍ରକ୍ରିୟାଟି ବିକଶିତ ହୋଇଛି । ଏହି ପ୍ରକ୍ରିୟାର କାର୍ଯ୍ୟାନ୍ଵୟନ ଏକ ଉପଯୁକ୍ତ ଆକାରର କାରଖାନାରେ କରାଗଲେବର୍ଜ୍ୟବସ୍ତୁ (ସ୍ପେଣ୍ଟ ପଟ ଲାଇନିଂ)ର ପୁନଃବ୍ୟବହାର ହୋଇପାରିବ ।

Share in top social networks!