ବିଜୁ କୃଷକ ଜନତା ଦଳର ନୂତନ ଉପସଭାପତି ମନୋନିତ

46060
କଟକ ଜିଲ୍ଲାର ବିଜୁ କୃଷକ ଜନତା ଦଳର ଉପସଭାପତି ରୂପେ ଦୈତାରୀ ସ୍ଵାଇଁଙ୍କୁ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ବିଜୁ କୃଷକ ଜନତା ଦଳର ଏଆଜ୍ୟ ସଭାପତି ଗୋଲକ ନାୟକ ଏକ ଚିଠି ମାଧ୍ୟମରେ ଶ୍ରୀ ସ୍ଵାଇଁଙ୍କୁ କଟକ ଜିଲ୍ଲାର ଉପସଭାପତି ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି । ୧୯୮୪ମସିହାରେ ଶ୍ରୀ ସ୍ଵାଇଁ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବ୍ୟକ୍ତିଗତ ଜୀବନରେ କଟକ ହାଇକୋର୍ଟରେ ଶ୍ରୀ ସ୍ଵାଇଁ ଅଧିବକ୍ତା ଭାବରେ କାର୍ଯ୍ୟକରୁଥିବା ବେଳେ ସମାଜସେବା କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସୁଛନ୍ତି । କଟକ ମେଡିକାଲରେ ରୋଗୀମାନଙ୍କ ସେବାରେ ସେ ନିଜର ସ୍ଵେଚ୍ଛାସେବୀ ସଂଗଠନ ସ୍ପିଦ ମାଧ୍ୟମରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ନିଯୁକ୍ତି ପରେ କଟକ ଜିଲ୍ଲାରେ ବିଜୁ ଜନତା ଦଳର କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Share in top social networks!