ଆଗାମୀ ଜାନୁଆରୀରେ ନରେନ୍ଦ୍ର ମୋଦୀଙ୍କର ଓଡିଶା ଗସ୍ତ

46259
ଆଗାମୀ ଜାନୁଆରୀ ମାସରେ ବିଜେପି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସିବେ । ତାଙ୍କ ଓଡିଶା ଗସ୍ତ ପାଇଁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଉଛି ବୋଲି ପ୍ରଦେଶ ବିଜେପି ପ୍ରଭାରି ଅରୁଣ ସିଂ ପ୍ରକାଶ କରିଛନ୍ତି । ଏକ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ଚାରୋଟି ରାଜ୍ୟରେ ନିର୍ବାଚନରେ ବିଜେପି ଅତ୍ୟନ୍ତ ଭଲ ପ୍ରଦର୍ଶନ କରିବା ଫଳରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ଉତ୍ସାହ ଖୁବ ବୃଦ୍ଧି ପାଇଛି । ଏବେ ବିଜେପି କାର୍ଯ୍ୟକର୍ତ୍ତା ମାନେ ୨୦୧୪ମସିହାରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ବର୍ତ୍ତମାନ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ୨୭୨ ପ୍ଲସର ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେ କହିଲେ ଯେ ଗତ ଚାରୋଟି ରାଜ୍ୟରେ ଯେଉଁ ଫଳାଫଳ ହେଲା ଏଥିରୁ ସ୍ପଷ୍ଟ ହୋଇଯାଇଛି,ଯେ ଲୋକ ମାନଙ୍କ ମଧ୍ୟରେ କଂଗ୍ରେସ ବିରୋଧରେ ଭାବନା ରହିଛି । ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ସ୍ରୋତ ରହିଛି । ସେ କହିଛନ୍ତି ଯେ ଓଡିଶାରେ ବିଜେପିର କାମ ଖୁବ ପୁରୁଣା । ତେଣୁ ଆଗାମୀ ନିର୍ବାଚନରେ ବିଜେପି ଖୁବ ଭଲ କରିବ । ଆଗାମୀ ନିର୍ବାଚନରେ ବିଜେପିର ରାଜ୍ୟରେ ସଫଳତା ଅପ୍ରତ୍ୟାଶିତ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟ ବିଜେପିର ସମସ୍ତ ରାଜ୍ୟ ପଦାଧିକାରୀ,ଜିଲ୍ଲା ସଭାପତି,ଜିଲ୍ଲା ପ୍ରଭାରି ରାଜ୍ୟ ମୋର୍ଚ୍ଚା ମାନଙ୍କର ପ୍ରମୁଖ,ପୂର୍ବତନ ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କର ବୈଠକରେ ଯୋଗ ଦେବା ପାଇଁ ଶ୍ରୀ ସିଂ ଭୁବନେଶ୍ଵର ଆସିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂ ଦେଓ,ସର୍ବଭାରତୀୟ ସଭାପତି ଜୁଏଲ ଓରାମ,ରାଜ୍ୟ ବିଜେପି ମୁଖପାତ୍ର ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!