ଭଞ୍ଜ ଭଗିରଥ ବିଚ୍ଛନ୍ଦ ପଟ୍ଟନାୟକ ଓଡିଆ ସଂସ୍କୃତିର ଜଣେ ଚିରସ୍ମରଣୀୟ ବ୍ୟକ୍ତିତ୍ଵ

46216ବିଦ୍ୟାଭବନ ଠାରେ ‘ଆମ ଭାଷା,ଆମ ସାହିତ୍ୟ ପ୍ରତିଷ୍ଠାନ’ ବ୍ରହ୍ମପୁର ଆନୁକୁଲ୍ୟରେ ଓଡିଶା ସରକାରଙ୍କ ଦ୍ଵାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ ର ପୂର୍ବତନ ସମ୍ପାଦକ ଭଞ୍ଜଭଗିରଥ ସ୍ଵର୍ଗତ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଙ୍କ ଜୟନ୍ତୀ ସମାରୋହ ଉପଲକ୍ଷେ ଏକ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଶକ୍ତି,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ‘ଆମ ଭାଷା, ଆମ ସାହିତ୍ୟ ପ୍ରତିଷ୍ଠାନ’ ଭଳି ବିଭିନ୍ନ ଓଡିଆ ଅନୁଷ୍ଠାନ,ଯେଉଁମାନେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର କରି ଆସୁଛନ୍ତି ସେମାନଙ୍କୁ ଓଡିଶା ସରକାର ଙ୍କ ତରଫରୁ ସ୍ଵତନ୍ତ୍ର ପ୍ରୋତ୍ସାହନ ଦିଆଯିବା ଉଚିତ ବୋଲି ପ୍ରକାଶ କରିଥିଲେ । ସେକହିଥିଲେ ଯେ ସ୍ଵର୍ଗତ ବିଚ୍ଛେନ୍ଦ ବାବୁ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟକୁ ଲୋକଲୋଚନକୁ ଆଣିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବହୁମୂଖୀ ପ୍ରତିଭାର ବିକାଶ ପାଇଁ ଉଦ୍ୟମହେବା ଆବଶ୍ୟକ । ମୁଖ୍ୟବକ୍ତା ଭାବେ ଶ୍ରୀ ରଜତ କୁମାର କର ବିଚ୍ଛନ୍ଦ ବାବୁଙ୍କ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ବାସ୍ତବିକ ସେ ଭଞ୍ଜଭଗିରଥ ଥିଲେ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ବକ୍ତାଭାବେ ଶ୍ରୀ ହୃଦାନନ୍ଦ ରାୟ ଓ ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଶ୍ରୀ ଅନ୍ନଦା ପ୍ରସାଦ ରାୟ ଯୋଗଦାନ କରିଥିଲେ । ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଚ୍ଛନ୍ଦ ପଟ୍ଟନାୟକଙ୍କର ଦୁଇ ପଟ୍ଟଶିଷ୍ୟ ରଜତ କର ଓ ହୃଦାନନ୍ଦ ରାୟ ଏହି ସଭାରେ ଉପସ୍ଥିତ ରହି ଉତ୍ସାହିତ କରିଥିବା ବିଷୟ ପ୍ରକାଶ କରିଥିଲେ ଓ ତାଙ୍କରି ମୁହଁରୁ ଶୁଣିବା ପାଇଁ ସେ ଆବେଗର ସହ ଅପେକ୍ଷା କରିଥିଲେ । ପ୍ରଦ୍ୟୋଷ ପଟ୍ଟନାୟକ ସ୍ଵାଗତ ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପକ ପାର୍ଥ ସାରଥୀ ବାରିକଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ‘ବିଛନ୍ଦ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରିଥିଲେ । ଏହାଛଡା ଅନ୍ୟାନ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଏହିଉତ୍ସବରେ ଡାକ୍ତର ଶୈଳେଶ୍ଵର ନନ୍ଦ,ଇଞ୍ଜିନିୟର ଚନ୍ଦ୍ରଶେଖର ନନ୍ଦ,ପ୍ରଭାତ ନନ୍ଦ,ବରଦା ପ୍ରସନ୍ନ ଦାସ,ପୁରୁଷୋତ୍ତମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସ୍ଵର୍ଗତ ବିଛନ୍ଦ ପଟ୍ଟନାୟକଙ୍କ ନୀତି ସଙ୍ଗୀତ ପରିବେଷଣ କରିଥିଲେ ।

Share in top social networks!
Powered By Indic IME