ଫୁଲବାଣୀ ପୌରପରିଷଦ ଓ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରାଧ୍ୟକ୍ଷ ନିର୍ଦ୍ଵନ୍ଦରେ ନିର୍ବାଚିତ

downloadକନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ଓ ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୌରାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଫୁଲବାଣୀ ପୌରପରିଷଦ ର ୩ ନମ୍ବର ୱାର୍ଡ ର କାଉନ୍ସିଲର ବିଜୁ ଜନତା ଦଳର ଶ୍ରୀ ରାଜେନ୍ଦ୍ର କଅଁର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ୯ ନମ୍ବର ୱାର୍ଡର କାଉନ୍ସିଲର ବିଜୁ ଜନତା ଦଳର ଶ୍ରୀ ପି.ସଂଜୀବ କୁମାର ପାତ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Share in top social networks!