ରାଜସ୍ଵମନ୍ତ୍ରୀଙ୍କ ସୂଚନା : ୫୦୬୯ ଗୋଟି ପଡା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଚିହ୍ନଟ କରାଯାଇଛି ।

imagesରାଜ୍ୟରେ ମୋଟ ୫୧୬୨ ଗୋଟି ରାଜସ୍ୱଗ୍ରାମ ରହିଛି । ସେଥିମଧ୍ୟରୁ ୫୦୬୯ ଗୋଟି ପଡାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଚିହ୍ନଟ କରାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣପାତ୍ର ପ୍ରକାଶ କରିଛନ୍ତି । ମନ୍ତ୍ରୀ ସୂଚନା ଦେଇ କହିଲେ ଯେ,କଟକ ଜିଲ୍ଲାର ୨୭୨ ଟି ପଡା ଗ୍ରାମ,ଜଗତସିଂପୁର ୨୮୧,କେନ୍ଦ୍ରପଡା ୨୪୩,ଯାଜପୁର ୨୩୪,ପୁରୀ ୩୧୨,ଖୋର୍ଦ୍ଧା ୬୧,ନୟାଗଡ୪୧,ବାଲେଶ୍ଵର ୩୪୮,ଭଦ୍ରକ ୨୬୨,ମୟୂରଭଞ୍ଜ ୨୫୫,ସମ୍ବଲପୁର୯୧,ବରଗଡ ୧୪୭,ଝାରସୁଗୁଡା୧୨୮,ଢେଙ୍କାନାଳ୯୮,ଅନୁଗୁଳ୮୫,ସୁନ୍ଦରଗଡ୯୫,ବଲାଙ୍ଗୀର୭୧,ସୋନପୁର୨୦,କେନ୍ଦୁଝର୬୯,ଗଞ୍ଜାମ୩୮୩,ଗଜପତି୨୫୭,ଫୁଲବାଣୀ୫୫,ବୌଦ୍ଧ୫,କଳାହାଣ୍ଡି ୧୮୮,ନୂଆପଡା ୯୦,ନବରଙ୍ଗପୁର୧୩୩,ରାୟଗଡା୨୩୦,କୋରାପୁଟ୪୬୦,ଏବଂ ମାଲକାନଗିରିର ୨୫୬ଟି ପଡାଗ୍ରାମ ରହିଛି । ଯାଜପୁର ଜିଲ୍ଲାରେ ଥିବା ୪୦ ଗୋଟି ପଡାଗ୍ରାମ ମଧ୍ୟରୁ ୧୭ଗୋଟି ପଡାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବାକୁ ପ୍ରସ୍ତାବ ଥିଲା । ସେଥିମଧ୍ୟରୁ ୨ଟି ରାଜସ୍ଵ ଗ୍ରାମ ଦେଉଳିପଡା ଓ ପୂର୍ଣ୍ଣଚନ୍ଦ୍ରପୁର ପଡା ଗ୍ରାମକୁ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି । ସଭ୍ୟ ଅମର ପ୍ରସାଦ ଶତପଥୀଙ୍କ ଏ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପାତ୍ର ଏହା କହିଥିଲେ ।

Share in top social networks!