ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଟେଲି ପୁରସ୍କାର ଘୋଷଣା

46251ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ ଘୋଷଣା କରାଯାଇଛି । ଏହି ଅବସରରେ ରାଜୁ ମିଶ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବିଭିନ୍ନ କ୍ଷେତ୍ରରେ କୃତୀତ୍ଵ ପ୍ରଦର୍ଶନ କରିଥିବା ୨୫ଜଣ କଳାକାରଙ୍କୁ ପୁରସ୍କାର କରାଯିବା ନେଇ ଘୋଷଣା କରାଯାଇଅଛି । ତେବେ ବିଏମସି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ହେତୁ କେବେ ଏହା ପ୍ରଦାନ କରାଯିବ ଏହା ନେଇ ନିଷ୍ପତ୍ତି ନିଆଯିବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତି ପ୍ରକାଶ କରିଛନ୍ତି । ଏଥିସହିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୨ ମଧ୍ୟ ଘୋଷଣା କରାଯାଇଅଛି । ଘୋଷଣା ମୁତାବକ ସବ୍ୟସାଚୀ ମିଶ୍ରଙ୍କୁ ଏମିତି ବି ପ୍ରେମ ହୁଏ ଫିଲ୍ମ ଲାଗି ଶ୍ରେଷ୍ଠ ଅଭିନେତା,ପ୍ରେମ ସବୁଠୁ ବଳବାନ ଫିଲ୍ମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ଘୋଷଣା କରାଯାଇଛି । ତୁ ସୁନା ତୁ ମୋ ହୀରା ଫିଲ୍ମର କାହାଣୀକୁ ଶ୍ରେଷ୍ଠ କାହାଣୀ,ବୈଦ୍ୟନାଥ ଦାସଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ,ଲଭମାଷ୍ଟର ର ସଂଗୀତ ଗାଇଥିବା ବାବୁସାନଙ୍କୁ ଶ୍ରେଷ୍ଠ ଗାୟକ ଓ ତପୁ ମିଶ୍ରଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ଚୟନ କରାଯାଇଅଛି । ସେହିପରି ଶ୍ରେଷ୍ଠ ଚିତ୍ର ଗ୍ରହଣରେ ନଈ ସେପାରି କନକ ଗୋରି ର ଚିତ୍ର ଉତ୍ତୋଳନକୁ ନିଆଯାଇଥିବା ବେଳେ ଶ୍ରେଷ୍ଠ ଗୀତିକାର ବିଜୟ ମଲ୍ଲ,ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ଅଶୁମୋଚନ,ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ ପୁଷ୍ପାପଣ୍ଡା,ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ହୃଷୀ,ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ଆର୍ଯ୍ୟାନ ମିଶ୍ରଙ୍କୁ ନିଆଯାଇଛି । ସେହିପରି ରାଜ୍ୟ ଟେଲି ପୁରସ୍କାର ୨୦୦୦ ଭାବେ ଶ୍ରେଷ୍ଠ ଟେଲି ଧାରାବାହିକ ମାଟି ବୈକୁଣ୍ଠ ,ଶ୍ରେଷ୍ଠ ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର,ଶ୍ରେଷ୍ଠ ଅଭିନେତା ଲରେନ୍ସ ବେହେରା(ଗାୟତ୍ରୀ) ,ଶ୍ରେଷ୍ଠ ଅଭିନେତ୍ରୀ ନିତୁ ସିଂ(ଗାୟତ୍ରୀ),ଶ୍ରେଷ୍ଠ ଚରିତ୍ର ଅଭିନେତା ରାମାକାନ୍ତ ମହାପାତ୍ର (ସାବତ ମା) ,ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ସସ୍ମିତା ସିଂହ (କାହାଣୀ ନୁହେଁ),ଶ୍ରେଷ୍ଠ ଖଳ ନାୟିକା ନୂପୁର ଘୋଷ(ସାବତ ମା) ,ଶ୍ରେଷ୍ଠ ଖଳନାୟକ କେଦାର ଚନ୍ଦ୍ର ମିଶ୍ର (ବଡ ଘର ବଡ ଗୁମର କଥା ),ଶ୍ରେଷ୍ଠ ହାସ୍ୟ ଅଭିନେତା ସୁଶୀଲ ମିଶ୍ର (ଗୋଟିଏ ମନର କୋଟିଏ ସ୍ଵପ୍ନ),ଶ୍ରେଷ୍ଠ ଶିଶୁ କଳାକାର ଧର୍ମେନ୍ଦ୍ର ପୂଜାରୀ(କାହାଣୀ ନୁହେଁ),ଶ୍ରେଷ୍ଠ ଚିତ୍ର ନାଟ୍ୟ ସତ୍ୟବ୍ରତ ଦ୍ଵିବେଦୀ ,ଶ୍ରେଷ୍ଠ ସଂଳାପ ଲେଖକ ସୁକାନ୍ତ ଚନ୍ଦ୍ର ମଲ୍ଲିକ(ସାବତ ମା) ,ଶ୍ରେଷ୍ଠ ଚିତ୍ର ଗ୍ରହଣ ମଳୟ ସ୍ଵାଇଁ(ବଡଘର ବଡ ଗୁମରକଥା),ଶ୍ରେଷ୍ଠ ସମ୍ପାଦନା ଶ୍ରୀୟବ୍ରତ ପାତ୍ର(ଗାୟତ୍ରୀ) ଙ୍କୁ ନିଆଯାଇଛି ।

Share in top social networks!