ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୁଜୁରାଟ ମନ୍ତ୍ରୀ ଗଣପତଭାଇ ଭାସବ

46257ଗୁଜୁରାଟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣପତ ଭାଇ ଭାସବ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ସହିତ ଗୁଜୁରାଟର ସାଂସଦ,ବିଧାୟକ ଓ ଉଚ୍ଚ ପଦାଧିକାରୀ ମାନେ ମଧ୍ୟ ଆସିଥିଲେ । ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ଭାସବ ଗୁଜୁରାଟରେ ସର୍ଦ୍ଦାର ବଲ୍ଲବଭାଇ ପଟେଲ ଙ୍କ ସ୍ମୃତି ନିର୍ମିତ ହେଉଥିବା ‘statue of unity’ ସମ୍ପର୍କରେ ତଥ୍ୟ ପ୍ରଦାନ କରି ଏଥିପାଇଁ ଗୁଜୁରାଟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଭାସବ ମୁଖ୍ୟମନ୍ତ୍ରୀଙ୍କୁ ‘statue of unity’ ର ଏକ ଫୋଟୋ ମଧ୍ୟ ପ୍ରଦାନ କରିଥିଲେ ।

Share in top social networks!