ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

46196ଫାଇଲିନ ପ୍ରପୀଡିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଆଜି କେତେକ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । କଟକ ଉନ୍ନୟନ କତ୍ତୃପକ୍ଷ ଙ୍କ ପକ୍ଷରୁ ଏହାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭେଟି ୫୩,୩୮୭ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ପୁରୀ ପକ୍ଷରୁ ୧୬,୮୦୫ଟଙ୍କା ଏବଂ ଗଞ୍ଜାମ ଜିଲ୍ଲା ସୋରଡାର ବିଜୁ ପଟ୍ଟନାୟକ ସାଇନ୍ସ କଲେଜ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

Share in top social networks!