ହର ପଟ୍ଟନାୟକଙ୍କୁ ଫିଟ୍ ଫାଟ୍ ବାଇସ୍କୋପ୍ ଆୱାର୍ଡ

imagesଓଡିଆ ଚଳଚ୍ଚିତ୍ର ଜଗତର ନିର୍ଦ୍ଦେଶକ ,ଅଭିନେତା ହର ପଟ୍ଟନାୟକ ଙ୍କୁ ଫିଟ୍ ଫାଟ୍ ଓ ହୋମ୍ ଭିଡିଓ ଏଣ୍ଟରଟେନମେଣ୍ଟ ପକ୍ଷରୁ ଚଳିତ ବର୍ଷର ବାଇସ୍କୋପ୍ ଆୱାର୍ଡ-୨୦୧୩ ପ୍ରଦାନ କରାଯାଇଅଛି । ଧର୍ମପତ୍ନୀ ଝରଣା ପଟ୍ଟନାୟକ ଙ୍କ ହାତରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ସ୍ୱରୂପ ତାଙ୍କୁ ଚାନ୍ଦିର ଏକ ବାଇସ୍କୋପ ସହ ନଗଦ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସମ୍ମାନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଲେ ଯେ,ତାଙ୍କ ପତ୍ନୀ ଙ୍କ ଯୋଗୁଁ ସେ ପୁନର୍ଜନ୍ମ ପାଇଛନ୍ତି । ତେଣୁ ତାଙ୍କରି ହାତରୁ ପୁରସ୍କାର ପାଇବା ତାଙ୍କର ଇଚ୍ଛା ଥିଲା । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଜୀବନୀକୁନେଇ ଏକ ୪୫ ମିନିଟ୍ ର ସ୍ଵତନ୍ତ୍ର ବୃତ୍ତଚିତ୍ର ପ୍ରଦାନ କରାଯାଇଥିଲା । ଉତ୍ସବରେ ଫିଟ୍ ଫାଟ୍ ର ପରିଚାଳନା ନିର୍ଦ୍ଦେଶକ ରାଜ କିଶୋର ଅଗ୍ରୱାଲ ଏବଂ ହୋମ୍ ଭିଡିଓ ର ମୁଖ୍ୟ ବାପୁଲେଙ୍କା ଉପସ୍ଥିତ ଥିଲେ । ଅଭିନେତ୍ରୀ ଉତ୍କଣ୍ଠା ପାଢୀ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ । ବିଜୟ ମଲ୍ଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଶୋକ ମହାନ୍ତି ଏବଂ ହାବୁ ଦା ଉତ୍ସବ ପରିଚାଳନା କରିଥିଲେ ।

Share in top social networks!