ଅର୍ଥ କମିଶନଙ୍କ ସହ ଆଲୋଚନା ଆଜି ଲକ୍ଷେ କୋଟି ମାଗିବେ

46235ପ୍ରାୟ ଏକଲକ୍ଷ କୋଟି ଟଙ୍କାର ସ୍ମାରକ ପତ୍ର ଦିଆଯିବ । ସରକାର ବୁଝାଇବେ ଯେ କେନ୍ଦ୍ରୀୟ ଟିକସରୁ କାହିଁକି ଓଡ଼ିଶାକୁ ଅଧିକ ଅର୍ଥ ମିଳିବାର ଆବଶ୍ୟକତା ଅଛି । ଏଥିପାଇଁ ଆଜି ଚତୁର୍ଦ୍ଦଶ ଅର୍ଥ କମିଶନ ଓଡିଶାରେ ଆସି ପହଞ୍ଚିଛନ୍ତି । କମିଶନ ଅଧ୍ୟକ୍ଷ ଡ.ୱାଇ ଭି ରେଡ୍ଡୀ,ଯୋଜନା କମିଶନ ସଦସ୍ୟ ଅଭିଜିତ ସେନ ପ୍ରମୁଖ ଏହି ଟିମରେ ଅଛନ୍ତି । ଆଜିଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର କୁମାର ବେହେରା କହିଛନ୍ତି,ଆସନ୍ତାକାଲି କମିଶନ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଏକ ବୈଠକ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ କମିଶନ ଆଲୋଚନା କରିବେ । ଏହି ବୈଠକରେ ୨୦୧୫ ରୁ ୨୦୨୦ ମଧ୍ୟରେ ଅର୍ଥ କମିଶନ ଅନୁଦାନ ନେଇ ଏକ ସ୍ମାରକ ପତ୍ର ସରକାରଙ୍କ ପକ୍ଷରୁ ଦିଆଯିବ । ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,ଦ୍ଵାଦଶ ଅର୍ଥ କମିଶନ ଓଡ଼ିଶାକୁ ୩୬ହାର ୯୪୨କୋଟି ଟଙ୍କା ଦେଇଥିଲେ । ତ୍ରୟୋଦଶ ଅର୍ଥ କମିଶନ ୭୮ ହଜାର ୯୭୪ କୋଟି ଟଙ୍କା ଦେଇଛନ୍ତି । ଯଦିଓ ଟଙ୍କା ଆକରାରେ ଏହା ଅଧିକଜଣାପଡୁଛି,ମାତ୍ର ଦ୍ଵାଦଶ ଅର୍ଥ କମିଶନଙ୍କ ତୁଳନାରେ ତ୍ରୟୋଦଶ ଅର୍ଥ କମିଶନ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ କମ ଅର୍ଥ ଦେଇଛନ୍ତି । ଓଡିଶା ଯେହେତୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓ ନିୟମିତ ବ୍ୟବଧାନରେ ରାଜ୍ୟ ଗୁରୁତର ବିପର୍ଯ୍ୟୟ ର ସାମ୍ନା କରୁଛି,ଏଣୁ ଏଥର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ର ଲାଗି କମିଶନଙ୍କୁ ଅଧିକ ଅର୍ଥ ମଗାଯିବ । ଗତ କ୍ୟାବିନେଟରେ ଏ ସଙ୍କ୍ରାନ୍ତରେ ଚିଠା ସ୍ମାରକପତ୍ର ପ୍ରସ୍ତୁତ ଅନୁମୋଦନ ଲାଭ କରି ସାରିଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ଅପରାହ୍ନରେ ୬ଟି ରାଜନୈତିକ ଦଳ କମିସନଙ୍କୁ ଭେଟି ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ ।

Share in top social networks!