ଡାକ୍ତର ନିଖୋଜ, ଖୋଜିବା ପାଇଁ ବିଶାଖାପାଟଣା ଯିବ ବାଲେଶ୍ଵର ପୋଲିସ

46216ବିର୍ଲ୍ଲା ଟାୟାର୍ସରେ କାର୍ଯ୍ୟରତ ଜଣେ ଡାକ୍ତର ଙ୍କର ପତ୍ତା ମିଳୁନାହିଁ । ସେ ଗତ ୭ ତାରିଖ ଦିନ ସକାଳ ପାଖାପାଖି ୮.୨୫ ମିନିଟ ସମୟରେ କାର୍ଯ୍ୟକୁ ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳିନଥିବା ତାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଅପରପକ୍ଷେ ଏ ସମ୍ପର୍କରେ ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ବିର୍ଲା ଟାୟାର୍ସ କମ୍ପାନୀରେ କାମ କରୁଥିବା ୫୭ ବର୍ଷୀୟା ଡା.ଗୌରିଶଙ୍କର ଶତପଥି କାର୍ଯ୍ୟକୁ ଯାଇଥିବା ବେଳେ ତାଙ୍କର ଆଉ ପତ୍ତା ମିଳିନଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ତାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଏପରିକି ବର୍ତ୍ତମାନ ସେ ବିଶାଖାପାଟଣା ଅଞ୍ଚଳରେ ରହିଥିବା ଜଣାପଡିଛି । ତାଙ୍କୁ ଠାବ କରିବାପାଇଁ ଖୁବଶୀଘ୍ର ଏକ ପୋଲିସ ଟିମ୍ ବିଶାଖାପାଟଣା ଅଭିମୁଖେ ଯାତ୍ରାକାରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅପରପକ୍ଷେ ପିତାଙ୍କ ନିଖୋଜ ସମ୍ପର୍କରେ ତାଙ୍କର ପୁଅ ଜ୍ଞାନଶଙ୍କର ଶତପଥୀ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ବାପା ଅଫିସ କୁ ଯାଇଥିଲେ । ତେବେ ସେ ନିଜର ମୋବାଇଲ କୁ ଘରେ ଛାଡି ଦେଇ ଯାଇଥିଲେ । ତେବେ ଏ ସମ୍ପର୍କରେ ଜାଣିବା ପରେ ଅଫିସର ପିଅନ ହାତରେ ମୋବାଇଲ୍ କୁ ଗୌରୀଶଙ୍କର ଙ୍କ ନିକଟକୁ ପଠାଇଥିଲେ । ତେବେ ପିଅନ ଅଫିସରେ ପହଞ୍ଚିବା ପରେ ଡାକ୍ତର ଜଣଙ୍କ ଅଫିସରେ ନଥିବା କଥା ପିଅନ ଜଣାଇଥିଲେ । ଏହା ଜଣାପଡିବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ଡାକ୍ତର ଶ୍ରୀ ମିଶ୍ର କେଉଁଠି ଅଛନ୍ତି ତାହା ଜଣାପଡିନଥିବା ବେଳେ ପୋଲିସ ପକ୍ଷରୁ ତାଙ୍କୁ ଠାବ କରିବା ପାଇଁ ଖୋଳତାଡ ଜାରିରଖିଥିବା କଥା ଶିଳ୍ପାଞ୍ଚଳ ଥାନା ପକ୍ଷରୁ ପ୍ରକାଶ କରାଯାଇଅଛି ।

Share in top social networks!