ଶ୍ରୀମନ୍ଦିର ପ୍ରଶାସନ,ଏନଟିପିସି ଓ ସେସୁ ମଧ୍ୟରେ ପୁରୀ ବଡ ଦାଣ୍ଡରେ ଆଲୋକୀକରଣ ଓ ଡାକବାଜୀ ବ୍ୟବସ୍ଥା ନିମନ୍ତେ ବୁଝାମଣାପତ୍ର ସ୍ଵାକ୍ଷରିତ

46196
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ,ପୁରୀଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରୀୟ ତାପଜ ବିଦ୍ୟୁତ ନିଗମ(ଏନ୍.ଟି.ପି.ସି)ପୁରୀ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଆଲୋକୀକରଣ,ଡାକବାଜୀ ତଥା ଧ୍ୱନି ବ୍ୟବସ୍ଥା ନିମନ୍ତେ ଏକ ପ୍ରକଳ୍ପକୁ ଆବଶ୍ୟକ ଅର୍ଥ ଯୋଗାଇଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । କର୍ପୋରେଟ ସାମାଜିକ ଦାୟିତ୍ଵ (ସି.ଏସ୍.ଆର)ନିର୍ବାହ ନିମନ୍ତେ ଉଦ୍ଦିଷ୍ଟ ବଜେଟକୁ ଏନଟିପିସି ଏକକାଳୀନ ୨.୫୧ କୋଟି ଟଙ୍କା ଯୋଗାଇ ଦେବେ । ଏଥିରେ ୧୯୨ ଟି ଏଲିଇଡ଼ି ଲାଇଟ ଫିଟିଙ୍ଗ ସହ ୧୬ମିଟର ଉଚ୍ଚତା ବିଶିଷ୍ଟ ୩୨ ଟି ହାଇ ମାଷ୍ଟ ଲାଇଟିଙ୍ଗ ଟାୱାର ସ୍ଥାପନ କରାଯିବ । ଏବଂ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ୩୨ଟି ଉଚ୍ଚମାନର ସ୍ପିକର ଓ ୨୭ଟି ଚୁଙ୍ଗାଯୁକ୍ତ ସ୍ପିକର ସ୍ଥାପନ କରାଯିବ । ଏହି ପ୍ରକଳ୍ପକୁ ଏନଟିପିସି ପକ୍ଷରୁ ସେସୁ କାର୍ଯ୍ୟକାରୀ କରିବେ । ଏହି ପ୍ରକଳ୍ପ ଫଳରେ ବଡଦାଣ୍ଡ ଅଧିକ ଉଦଭାସିତ ହେବା ସହିତ ଶକ୍ତି ସଞ୍ଚୟ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ଏହା ଫଳରେ ପୁରୀ ପୌରସଂସ୍ଥାର ଶକ୍ତିଦେୟ କମ୍ ହୋଇପାରିବେ । ଶକ୍ତି ହେବା ସହ ପୁରୀ ପୌର ସଂସ୍ଥାର ଶକ୍ତି ଦେୟରୁ ସଞ୍ଚୟ ହୋଇପାରିବେ । ଏହାସହିତ ଡାକବାଜି ତଥା ଧ୍ୱନି ବ୍ୟବସ୍ଥା ମାଧ୍ୟମରେ ଶ୍ରୀମନ୍ଦିରର ରୀତିନୀତି ସମ୍ପର୍କରେ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ସୂଚନା ଦେବା ସହ ଭକ୍ତି ସଂଗୀତ ପରିବେଷଣର ଉଦ୍ଦେଶ୍ୟ ରହିଛି । ସେସୁ ଏହି ପ୍ରକଳ୍ପ କୁ ଯଥା ଶୀଘ୍ର ଆଗାମୀ ରଥଯାତ୍ରା ପୂର୍ବରୁ ଶେଷ କରିବେ । ଏନଟିପିସି ଏହି ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରିବେ ଏବଂ ପୁରୀ ପୌର ସଂସ୍ଥା ବିଦ୍ୟୁତ ଦେୟ ବହନ କରିବେ । ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ,ଏନଟିପିସି ଓ ସେସୁ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଆଇନ ମନ୍ତ୍ରୀ,ଗୃହ ନଗର ମନ୍ତ୍ରୀ,ପୁରୀ ସାଂସଦ,ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର ଓ ଶକ୍ତି ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ,ସେସୁ ପକ୍ଷରୁ ସିଇଓ ସୁଦର୍ଶନ ନାୟକ ଓ ଏନଟିପିସି ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକ ଭି.ବି ଫଦନାଭିସ ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ ।

Share in top social networks!