ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ; ଜାନୁଆରୀ ୨୦୧୪ ସୁଦ୍ଧା ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜୀକରଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

images (1)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ମଧୁବାବୁ ପେନସନ୍ ଯୋଜନା,ହରିଶ୍ଚନ୍ଦ୍ର ସହାୟତା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନାର ପଞ୍ଜୀକରଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଚାଷୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସ୍ୱାସ୍ଥ୍ୟବୀମା କାର୍ଯ୍ୟକ୍ରମ ବିଜୁ କୃଷକ କଲ୍ୟାଣ ଯୋଜନାର ପଞ୍ଜୀକରଣ କାର୍ଯ୍ୟକ୍ରମ ଜାନୁଆରୀ ୨୦୧୪ ସୁଦ୍ଧା ଶେଷକରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରତ୍ୟେକ ଦିନ ପଞ୍ଜୀକରଣ କାର୍ଯ୍ୟ କରିବା, ଏପରିକି ସରକାରଛୁଟି ଦିନ ମାନଙ୍କରେ ମଧ୍ୟ ଏହି ପଞ୍ଜୀକରଣ କାର୍ଯ୍ୟ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ୧୫ ଦିନରେ ଥରେ ଏବଂ ଜିଲ୍ଲାପାଳମାନେ ନିୟମିତ ଭାବରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାରା ରାଜ୍ୟରେ ଦୈନିକ ପଞ୍ଜୀକରଣ ସଂଖ୍ୟା ୫୦ହଜାର କୁ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପନ୍ଥୀ ସହାୟତାର ବିକେନ୍ଦ୍ରୀକରଣ କରି ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । ତେଣୁ ଏହାର ସୁବିଧା ଲୋକମାନେ ଯେପରି ଠିକ ସମୟରେ ପାଇପାରିବେ ତା ଉପରେ ଗୁରୁତ୍ଵ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ମାନେ ଉପସ୍ଥିତ ଥିଲେ ।

Share in top social networks!