ଦେଶରେ ଅଦ୍ୟାବଧି ୫୧ କୋଟି ଆଧାର କାର୍ଡ ପଞ୍ଜିକୃତ

46060କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଆହରଣ ପାଇଁ ଜନସାଧାରଣଙ୍କୁ ଏକକ ପରିଚୟ ପତ୍ର ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଯୋଜନା ଆୟୋଗର ହାଇଦ୍ରାବାଦସ୍ଥିତ ୟୁ.ଆଇ.ଡି.ଏ.ଆଇ ଆଞ୍ଚଳିକ କାର୍ଯ୍ୟାଳୟକୁ ନିୟୋଜିତ କରାଯାଇଛି । ଏହି କାର୍ଯ୍ୟାଳୟର ପରିଚାଳକ ଏସ୍.ଡାଭିଡ୍ ବ୍ରେନେର୍ଡଙ୍କ ସୂଚନା ଅନୁଯାୟୀ ଅଦ୍ୟାବଧି ୫୧ କୋଟି ଆଧାର କାର୍ଡ ନମ୍ବର ପଞ୍ଜିକୃତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏହାଦ୍ୱାରା ଦେଶର ସାଧାରଣ ଜନତା ବିଶେଷ ଭାବେ ଉପକୃତ ହୋଇପାରିବେ ।

Share in top social networks!