ଟାଟା ଷ୍ଟିଲ ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ପ୍ରଶିକ୍ଷଣ

IMG_0215
ଗ୍ରାମାଞ୍ଚଳ ତଥା ଉନ୍ମେଷମୁଖୀ ପ୍ରକଳ୍ପ ପାର୍ଶ୍ଵବର୍ତ୍ତୀ ବସତିମାନଙ୍କରେ ମହିଳା ସଶକ୍ତିକରଣ ତ୍ୱରାନ୍ୱିତ କରିବା ପାଇଁ ବୃହତ ଶିଳ୍ପ ସଂସ୍ଥା ଟାଟାଷ୍ଟିଲ ପକ୍ଷରୁ ଗୋପାଳପୁରଠାରେ ୨ ଟି ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ଟି ସଞ୍ଚୟ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରାୟ ୨୫୦ ମହିଳା ପ୍ରତିନିଧି ଚଳିତ ମାସ ୨ତାରିଖରୁ ୭ତାରିଖ ଏବଂ ୧୬ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୨ଟି ବ୍ୟାଚରେ ତାଲିମରେ ଭାଗ ନେବେ । ଏହି ସୁପରିକଳ୍ପିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ,ଅଭିନବ ଚିନ୍ତାଧାରା ଅଣୁ ଉଦ୍ଦ୍ୟୋଗ ତଥା ମିତବ୍ୟୟିତା ସମ୍ପର୍କୀୟ ସଚେତନତା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟମାନ ବିଭିନ୍ନ ବୈଷୟିକ ଅଧିବେଶନରେ ଆଲୋଚିତ ହେଉଛି ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପକ୍ଷରୁ ଶ୍ରୀ ସୁକାନ୍ତ ପଣ୍ଡା ଓ ସୁଶ୍ରୀ ସ୍ନିଗ୍ଧା ପଟ୍ଟନାୟକଙ୍କ ସଂଯୋଜନାରେ ଏହି ସବୁ ଅଧିବେଶନ ପରିଚାଳିତ ହେଉଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଓଡିଶା ଜୀବିକା ମିଶନର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଫେଲୋ ଶ୍ରୀ ପ୍ରସନ୍ନ ଟାଟା,ଟାଟାଷ୍ଟିଲ ଗୋପାଳପୁର ପ୍ରକଳ୍ପ ଆର ଆଣ୍ଡ ଆର ମୁଖ୍ୟ ଶ୍ରୀ ଆର କେ ସିଂ ଏବଂ ସର୍ବଶ୍ରୀ ସତ୍ୟନାରାୟଣ ନନ୍ଦ,ତନ୍ମୟ କର,ଆଶିଷ ଆଚାର୍ଯ୍ୟ,ଶାନ୍ତନୁ ମୈତ୍ର ତଥା ଈଶ୍ଵର ପରିଡା ପ୍ରମୁଖ ଟାଟାଷ୍ଟିଲ ଇ ଟିଏସ୍ଆରଡିଏସ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Share in top social networks!