ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ

tn_6-12-2013=1
କୋଣାର୍କଠାରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଭାଗନେଇଥିବା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନେ ଆଜିସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପାଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ସେମାନେ ଓଡିଶାର କଳା ଓ ସ୍ଥାପତ୍ୟର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ତରୀୟ ଓ ଓଡିଶା ସଂପର୍କିତ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ପ୍ରତିନିଧି ଦଳରେ ଆମେରିକା,କାନାଡା,ଶ୍ରୀଲଙ୍କା,ଇଟାଲୀ ଓ ଅଷ୍ଟ୍ରିଆର ଶିଳ୍ପୀମାନେ ଆସିଥିଲେ । ଅନ୍ୟମନଙ୍କମଧ୍ୟରେ ପର୍ଯ୍ୟଟନ ସଚିବ ଶ୍ରୀ ସୁଦର୍ଶନ ପାଲ ଠାକୁର ଏବଂ ବିଶିଷ୍ଟ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!