ମାଣ୍ଡେଲାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

images (1)
ବିଶ୍ୱବିଖ୍ୟାତ ବର୍ଣ୍ଣ ବୈଷମ୍ୟ ବିରୋଧୀ ନେତା ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମାଣ୍ଡେଲାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସ୍ଵର୍ଗତ ମାଣ୍ଡେଲା ବିଶ୍ଵ ମାନବବାଦର ଜଣେ ମହାନ ପ୍ରବକ୍ତା ଥିଲେ । ସଂଗ୍ରାମ,ସେବା,ତ୍ୟାଗ ଓ ବଳିଦାନର ସେ ଥିଲେ ଜୀବନ୍ତ ପ୍ରତିମୂର୍ତ୍ତୀ । ତାଙ୍କର ସାଲିସ ବିହୀନ ସଂଗ୍ରାମ ଯୋଗୁଁ ଦକ୍ଷିଣ ଆଫ୍ରିକାର ସଂସ୍ଥାଗତ ବର୍ଣ୍ଣ ବୈଷମ୍ୟ ବାଦ ଦୂର ହୋଇପାରିଥିଲା । ତାଙ୍କ ରାଷ୍ଟ୍ରବାସୀଙ୍କ ଅନୁରୋଧ ସତ୍ତ୍ୱେ ସେ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ଗ୍ରହଣ କରି,ନେଲସନ ମାଣ୍ଡେଲା ଫାଉଣ୍ଡେସନ ଗଠନ କରି ଦାରିଦ୍ର୍ୟ ଓ ଏଡସ ପରି ମହାମାରୀ ଦୂରପାଇଁ କମ କରୁଥିଲେ । ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ମାର୍ଗରେ ଦୃଢ ବିଶ୍ଵାସ ରଖିଥିବା ମାଣ୍ଡେଲା ଭାରତରେ ବହୁତ ଲୋକପ୍ରିୟ ଥିଲେ ।ତାଙ୍କ ବିୟୋଗରେ ସମଗ୍ର ବିଶ୍ଵ ଗାନ୍ଧୀବାଦୀ ମହାନାୟକଙ୍କୁ ହରାଇଲା । ମୁକୟାମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Share in top social networks!