ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ଘୋଷିତ

46060
ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଅଜିତ କୁମାର ତ୍ରିପାଠୀ ଭୁବନେଶ୍ଵର ମହାନଗର ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ନିର୍ବାଚନ ୨୦୧୪ ମସିହା ଜାନୁଆରୀ ୮ତାରିଖରେ ହେବ । ପ୍ରାର୍ଥୀ ମାନେ ସକାଳ ୭ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେମାନଙ୍କର ନିର୍ବାଚନ ପ୍ରଚାର କରିପାରିବେ । ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୫୦ ହଜାର ଟଙ୍କା ରଖାଯାଇଛି । ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିୟୋଜିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ସମୁଦାୟ ୬୭ ଟି କର୍ପୋରେଟରଙ୍କ ମଧ୍ୟରୁ ୩୪ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ । ୬୭ରୁ ୬ଟି ଅନୁସୂଚିତ ଜାତି (ସେଥିରୁ ୩ଟି ଅନୁସୂଚିତ ଜାତି ମହିଳା),୩ଟି ଅନୁସୂଚିତ ଜନଜାତି (ସେଥିରୁ ୨ଟି ଅନୁସୂଚିତ ଜନଜାତି ମହିଳା),ପଛୁଆବର୍ଗଙ୍କ ପାଇଁ ୧୯ଟି (ସେଥିରୁ ୧୦ଟି ପଛୁଆବର୍ଗର ମହିଳା ),ସାଧାରଣ ବର୍ଗଙ୍କ ପାଇଁ ୨୦ଟି ଓ ସାଧାରଣ ବର୍ଗର ମହିଳାଙ୍କ ପାଇଁ ୧୯ଟି ସ୍ଥାନ ସଂରକ୍ଷିତ ରହିଛି ।

Share in top social networks!