ଓଡିଶା ଏମ୍.ଏସ୍.ଏମ୍.ଇ ବିଭାଗର ଅନ ଲାଇନ ବ୍ୟବସ୍ଥା ,ଅନ୍ୟରାଜ୍ୟର ଏମ୍.ଏସ୍.ଏମ୍.ଇ ବିଭାଗ ଏହି ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ରର ପରାମର୍ଶ

46083
ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ନୀତି ଗ୍ରହଣ କରି ନୂତନ କରି ସୃଷ୍ଟି ହୋଇଥିବା ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଏମ୍.ଏସ୍.ଏମ୍.ଇ ବିଭାଗକୁ କ୍ରିୟାଶୀଳ କରାଯାଇଛି । ରାଜ୍ୟରେ ଥିବା ଅଣୁ ,କ୍ଷୁଦ୍ରଓ ମଧ୍ୟମ ଶିଳ୍ପ ଗୁଡିକର ବିକାଶ ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା,ରାଜ୍ୟରେ ଏହି ଉଦ୍ୟୋଗ କ୍ଷେତ୍ରକୁ ଅଧିକରୁଅଧିକ ପୁଞ୍ଜି ବିନିଯୋଗ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା,କଞ୍ଚାମାଲର ବ୍ୟବସ୍ଥା କରିବା ଓ ଉତ୍ପାଦନ ସାମଗ୍ରୀର ବିପଣନ ବ୍ୟବସ୍ଥା କରିବା ନେଇ ବିଭାଗ ପକ୍ଷରୁ ନୀତି ନିର୍ଧାରଣ ସାଙ୍ଗକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ ଡାଃ ଦାମୋଦର ରାଉତଙ୍କ ପରାମର୍ଶ କ୍ରମେ ବିଭାଗର ସମସ୍ତ କାର୍ଯ୍ୟ କୁ ଅନ ଲାଇନ ମାଧ୍ୟମରେ ସ୍ଵଚ୍ଛ ତଥା କ୍ରିୟାଶୀଳ କରାଯାଇଛି । ଓଡିଶାରେ ଏମ୍.ଏସ୍.ଏମ୍.ଇ ବିଭାଗର ଏହି କାର୍ଯ୍ୟ ଇ ଏହାର ସଫଳତାକୁ କେନ୍ଦ୍ର ଏମ୍.ଏସ୍.ଏମ୍.ଇ ମନ୍ତ୍ରଣାଳୟ ତରଫରୁ ଉଚ୍ଚ ପ୍ରଶଂସା କରାଯିବା ସହ ଦେଶର ଅନ୍ୟ ରାଜ୍ୟର ଏମ୍.ଏସ୍.ଏମ୍.ଇ ବିଭାଗ ମାନେ ଏହି ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ବୋଲି କେନ୍ଦ୍ର ଏମ୍.ଏସ୍.ଏମ୍.ଇ ମନ୍ତ୍ରଣାଳୟ ଅତିରିକ୍ତ ଉନ୍ନୟନ କମିଶନର ଜଣାଇଛନ୍ତି । ଅତିରିକ୍ତ ଉନ୍ନୟନ କମିଶନର ପଠାଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାରେ ଏମ୍.ଏସ୍.ଏମ୍.ଇ ବିଭାଗ ଗ୍ରହଣ କରିଥିବା ପଦକ୍ଷେପ ଅତ୍ୟନ୍ତ ସରଳ ଓ ସହଜ ବ୍ୟବହାର ଉପଯୋଗୀ । ଏହା ଦ୍ଵାରା ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । କେନ୍ଦ୍ରର ଏହି ମନ୍ତବ୍ୟ ଏବଂ ଅନ୍ୟ ରାଜ୍ୟ ମାନେ ଗ୍ରହଣ କରିବାକୁ ପରାମର୍ଶ ଦିଆଯିବା ଆମ ପାଇଁ ଏକ ବଡ ସଫଳତା ଓ ଉତ୍ସାହ ଜଣକ ବୋଲି ଡାଃ ରାଉତ କହିଛନ୍ତି । ପ୍ରକାଶ ଥାଉକି ମନ୍ତ୍ରୀ ରାଉତଙ୍କ ପରାମର୍ଶ କ୍ରମେ ବିଭାଗ ତରଫରୁ ଗତ ଅପ୍ରେଲ ପହିଲାରୁ ଏଣ୍ଟ୍ରୋପ୍ରିନିୟରମେମୋରାଣ୍ଡମ-୧ ଏବଂ ପରେ ପରେ ଏଣ୍ଟ୍ରୋପ୍ରିନିୟର ମେମୋରାଣ୍ଡମ-୨ ଅନ ଲାଇନ ଦାଖଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଇ.ଏମ୍ -୧ କାର୍ଯ୍ୟକାରୀ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ୯୩୦୮ ଜଣ ଦରଖାସ୍ତ ଦାଖଲ କରିଛନ୍ତି । ଗତ ବର୍ଷ ତୁଳନାରେ ଏହା ଦୁଇଗୁଣ ଅଧିକ । ସେଥିରୁ ୮୬୪୧ ଜଣଙ୍କର ଦରଖାସ୍ତ ମଞ୍ଜୁର ହୋଇଛି । ସେହିପରି ଇ.ଏମ୍-୨ ରେ ୩୧୫ଜଣ ଦରଖାସ୍ତ କରିଛନ୍ତି ଓ ୧୨୪ଟି ମଞ୍ଜୁର ହୋଇଛି । ଏହି ଅନ ଲାଇନ ବ୍ୟବସ୍ଥା ଓମେଗା ସଂସ୍ଥା ମାଧ୍ୟମରେ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ସୁଧା ଇ.ପି.ଏମ୍,ଏବଂ ଖାଦ୍ୟ ପ୍ରକ୍ରିୟା କରଣ ମିଶନ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ସଚିବ ପଞ୍ଚାନନ ଦାଶଙ୍କ ଠାରୁ ପ୍ରକାଶ ।

Share in top social networks!