୪ ହଜାର ହାଇସ୍କୁଲକୁ ଚଳିତ ମାସରୁ କମ୍ପ୍ୟୁଟର

46114ରାଜ୍ୟର ୪ ହଜାର ସରକାରୀ ହାଇସ୍କୁଲକୁ କମ୍ପ୍ୟୁଟର ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଅଛି । ଚଳିତ ମାସ ଠାରୁ ଏହା କାର୍ଯ୍ୟକ୍ଷମ ହେବ । ପ୍ରତି ହାଇସ୍କୁଲକୁ ୧୨ଟି କମ୍ପ୍ୟୁଟର ଯୋଗାଇ ଦିଆଯିବ । ଏ ବାବଦରେ ସ୍କୁଲପିଛା ୧୯ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ହାଇସ୍କୁଲକୁ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ଏ ବର୍ଷ ୧ କୋଟି ଟଙ୍କା ଦିଆଯିବ । ଗୁରୁବାର ପ୍ରଶ୍ନକାଳରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଏହି ତଥ୍ୟ ରଖିଛନ୍ତି । ସେ କହିଛନ୍ତି,ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଯୋଜନାରେ ପ୍ରତି ୫ କିମି ବ୍ୟବଧାନରେ ହାଇସ୍କୁଲ ପ୍ରତିଷ୍ଠା ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ହାଇସ୍କୁଲର ଗୃହ ନିର୍ମାଣ,ବିଜ୍ଞାନାଗାର ଏବଂ କମ୍ପ୍ୟୁଟର ଯୋଗାଇ ଦେବା ନିଷ୍ପତ୍ତି ହୋଇଛି । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥା କରାଯାଉଛି । ଯେଉଁଠି ୫ କିମି ମଧ୍ୟରେ ହାଇସ୍କୁଲ ନାହିଁ ସେଠି ନୂତନ ହାଇସ୍କୁଲ ଖୋଲିବାକୁ ସରକାର ପଦକ୍ଷେପ ନେଉଥିବା ସେ ପ୍ରକାଶ କରିଛନ୍ତି ।

Share in top social networks!