ପ୍ରତି ପଞ୍ଚାୟତରେ ପାଠାଗାର ନିର୍ମାଣ କରାଯାଉ ; ବିଧାୟକ ପ୍ରଫୁଲ ସାମଲ

images (1)ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ପାଠାଗାର ନିର୍ମାଣ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶାସକ ଦଳର ସଭ୍ୟ ପ୍ରଫୁଲ୍ଲ ସାମଲ ଆଜି ବିଧାନସଭାରେ ପ୍ରକାଶ କରିଥିଲେ । ଶୂନ୍ୟ କାଳରେ ଗୃହରେ ଏ ସମ୍ପର୍କରେ ସୂଚନାଦେଇ ସେ କହିଲେ ଯେ,ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାକୁ ଯାଉଛି । ଏଥିପାଇଁ ଯେପରି ଓଡିଆରେ ଜ୍ଞାନ ବୃଦ୍ଧି ପାଇବ,ସେଥିପାଇଁ ଦ୍ରୁଷ୍ଟି ଦିଆଯିବା ଦରକାର । ଜ୍ଞାନ ବହିରୁ ମିଳିଥାଏ । ପୁସ୍ତକ ଅଭାବ ହେଲେ ପଣ୍ଡିତ ଗୋପବନ୍ଧୁ କିଏ,ବ୍ୟାସ କବି କିଏ,ଗଙ୍ଗାଧର ମେହେର କିଏ ଏହା ମଧ୍ୟ ପିଲାମାନେ କହିପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ଗ୍ରାମରେ ଗୋଟିଏ ଗୋଟିଏ ପାଠାଗାର କରିବା ଦରକାର ବୋଲି ସଭ୍ୟ ଶ୍ରୀ ସାମଲ ପ୍ରକାଶ କରିଥିଲେ ।

Share in top social networks!